୭ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ

୭ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ

୭ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୩ : ଦେଶୀ ମଦ ଭାଟିରେ ମଦ ପିଇବା ପରେ ଦୋକାନୀ ଜଣେ ୭ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ସହରରେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ବଳରାମ ଯୋଗୀଙ୍କୁ ଗିରଫ କରି ଅଧିକ ପରଚାଉଚରା କରୁଛି । ରାୟଗଡ଼ା ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାଶ ମାମଲାର ତଦନ୍ତ କରୁଛନ୍ତି ।

ପୋଲିସ ସୂଚନା ଅନୁଯାୟୀ, ଝିଅର ବାପା ବଳରାମ ଯୋଗୀ ନିୟମିତ ଭାବେ ଦେଶୀ ମଦ ଭାଟିରେ ମଦ୍ୟପାନ କରନ୍ତି । କିଛି ଦିନ ଧରି ପୀଡ଼ିତାଙ୍କ ବାପା ମଦ ଭାଟିରେ ଟଙ୍କା ନ ଦେଇ ବାକିରେ ମଦ୍ୟପାନ କରୁଥିଲେ । ବକେୟା ଟଙ୍କା ଅଧିକ ହେବା ସହ ଟଙ୍କା ଫେରାଇ ନ ପାରିବାରୁ ମଦ ଦୋକାନୀ ପୀଡ଼ିତାଙ୍କ ବାପାକୁ ଟଙ୍କା ମାଗିବାକୁ ଘରକୁ ଯାଇଥିଲେ । ଝିଅର ବାପା ଆଜି କାଲି କହି ଦିନ ଗଡ଼ାଇ ଚାଲିଥିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଗତ ମଙ୍ଗଳବାର ଦିନ ବି ଅଭିଯୁକ୍ତ ଟଙ୍କା ମାଗିବାକୁ ତାଙ୍କ ଘରକୁ ଯାଇଥିଲେ । ଏହି ସମୟରେ ଘରେ ୭ ବର୍ଷର ଝିଅ ଏକାକି ଥିବା ଦେଖି ଦୁଷ୍କର୍ମ ଉଦ୍ୟମ କରିଥିଲା । ଭୟରେ ନାବାଳିକା ଚିତ୍କାର କରିବା ପରେ ପଡ଼ୋଶୀ ଓ ପୀଡ଼ିତାଙ୍କ ମା ଦୈାଡ଼ି ଆସିବା ପରେ ଅଭିଯୁକ୍ତ ବଳରାମ ଦୈାଡ଼ି ପଳାଇଥିଲା ।

ବୁଧବାର ପୀଡ଼ିତାଙ୍କ ମା ଏ ନେଇ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସ୍ ଗାନ୍ଧୀନଗର ଘରେ ପହଞ୍ଚିବା ପୂର୍ବରୁ କୈାଣସି ସୂତ୍ରରୁ ଖବର ପାଇ ବଳରାମ ଫେରାର ହୋଇଯାଇଥିଲା । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ରାୟଗଡ଼ା ଥାନା ଅଧିକାରୀ ଏକ ଟିମ୍ ଗଠନ କରି ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲା । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତା ଓ ଅଭିଯୁକ୍ତ ଉଭୟଙ୍କର ଡାକ୍ତରୀ ମାଇନା ଶେଷ ହୋଇଛି ।

Leave a Reply

%d bloggers like this: