ତାମିଲନାଡ଼ୁରେ ସରକାରଙ୍କ ଘୋଷଣା : ୩ ଟଙ୍କା ଶସ୍ତା ହେବ ପେଟ୍ରୋଲ୍

ତାମିଲନାଡ଼ୁରେ ସରକାରଙ୍କ ଘୋଷଣା : ୩ ଟଙ୍କା ଶସ୍ତା ହେବ ପେଟ୍ରୋଲ୍

ତାମିଲନାଡ଼ୁରେ ସରକାରଙ୍କ ଘୋଷଣା : ୩ ଟଙ୍କା ଶସ୍ତା ହେବ ପେଟ୍ରୋଲ୍

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୩ : ତାମିଲନାଡ଼ୁ ବିଧାନସଭାରେ ଆଜିଠାରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ଏହି ଅବସରରେ ରାଜ୍ୟ ଅର୍ଥମନ୍ତ୍ରୀ ପିଟିଆର ପଲାନୀବେଲ ତ୍ୟାଗରାଜନ ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ ଇ-ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ଅଧିବେଶନରେ ରାଜ୍ୟ ସରକାର ପେଟ୍ରୋଲ ଉପରେ ୩ ଟଙ୍କା ଟ୍ୟାକ୍ସ ଛାଡ଼ ନେଇ ଘୋଷଣା କରିଛନ୍ତି । ଯାହା ଫଳରେ ରାଜ୍ୟକୁ ବାର୍ଷିକ ୧୧୬୦ କୋଟି ଟଙ୍କାର ଅତିରିକ୍ତ ବୋଝ ସହିବାକୁ ପଡ଼ିବ ।

ଏହା ବ୍ୟତୀତ ବଜେଟରେ ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ମାତୃତ୍ୱ ଛୁଟି ୯ ମାସରୁ ୧୨ ମାସକୁ ବୃଦ୍ଧି କରାଯାଇଛି । ଏହାସହ ୫୦୦ କୋଟି ଟଙ୍କା ବିନିଯୋଗରେ ସେଣ୍ଟର ଫର କ୍ଲାଇମେଟ୍ ଚେଞ୍ଜ ସ୍ଥାପନା କରାଯିବା ନେଇ ଅର୍ଥ ବ୍ୟୟବରାଦ ହୋଇଛି । କେବଳ ସେତିକି ନୁହେଁ ରାଜ୍ୟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠାମାନଙ୍କ ପାଇଁ ବଜେଟରେ ୨୦ ହଜାର କୋଟି ଟଙ୍କାର କ୍ରେଡିଟ୍ ଲୋନ ବିତରଣ କରାଯିବ ବୋଲି କୁହାଯାଇଛି ।

ଅନ୍ୟପଟେ ପିଇବା ପାଣି ପାଇଁ ବି ବଜେଟରେ ଅର୍ଥ ବରାଦ କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି କି ରାଜ୍ୟରେ ଥିବା ୭୯.୩୯୫ ଟି ଛୋଟ ଗ୍ରାମର ପ୍ରତି ପରିବାରକୁ ଦୈନିକ ୪୪ ଲିଟର ଶୁଦ୍ଧ ପାଣି ଯୋଗାଇ ଦିଆଯିବ । ଏହାସହ ୧ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ୨୭ ଟି ସହରକୁ ଭୂତଳ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ ।

ଏସବୁ ଭିତରେ ବି ସରକାରଙ୍କ ଏଭଳି ବଜେଟକୁ ବିରୋଧ କରିଛି ଏଆଇଏଡିଏମକେ । ଦଳର ବିଧାୟକମାନେ ବଜେଟକୁ ବିରୋଧ କରି ବିଧାନସଭା ତ୍ୟାଗ କରିଥିଲେ । ସେମାନେ ଅଭିଯୋଗ କରିଥିଲେ କି ବାଚସ୍ପତି ସରକାରୀ ଦଳକୁ ସମର୍ଥନ କରି ବିରୋଧୀଙ୍କୁ କହିବାର ସୁଯୋଗ ଦେଉନାହାନ୍ତି ।

Leave a Reply

%d bloggers like this: