ନୀରଜଙ୍କ ଉପରେ ଧନ ବର୍ଷା

ନୀରଜଙ୍କ ଉପରେ ଧନ ବର୍ଷା

ନୀରଜଙ୍କ ଉପରେ ଧନ ବର୍ଷା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୩ : ଟୋକିଓ ଅଲମ୍ପକ୍ସରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ଦେଶ ପାଇଁ ଜିତିଛନ୍ତି ସ୍ୱର୍ନ ପଦକ । ଏଥିସହ ତାଙ୍କ ଉପରେ ହେଉଛି ଧନ ବର୍ଷା । ହରିୟାନା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ନୀରଜ ଚୋପ୍ରାଙ୍କୁ ୬ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ପଞ୍ଚକୁଲାରେ ନିର୍ମିତ ହେଉଥିବା ଆଥଲେଟିକ୍ସ ଫର୍ ଏକ୍ସିଲେନ୍ସ କେନ୍ଦ୍ରର ମୁଖ୍ୟ ଭାବେ ନିଯୁକ୍ତ କରିବାକୁ ସେ ଘୋଷଣା କରିଛନ୍ତି । ନୀରଜ ଚୋପ୍ରାଙ୍କୁ ହରିୟାଣାରେ କ୍ଲାସ୍ ୱାନ୍ ସରକାରୀ ଚାକିରୀ ସହ ଶସ୍ତାରେ ଫ୍ଲାଟ୍ ଯୋଗାଇ ଦେବାକୁ ବି ଘୋଷଣା କରିଛନ୍ତି ।

ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ନୀରଜଙ୍କୁ ୨ କୋଟି ଟଙ୍କା ନଗଦ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ ମଣିପୁର ସରକାର ମଧ୍ୟ ନୀରଜଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି । କ୍ରିକେଟ୍ ମହାକୁମ୍ଭ ଆଇପିଏଲ୍‌ର ଟିମ୍ ଚେନ୍ନାଇ ସୁପରକିଙ୍ଗସ୍ ଏବଂ ବିସିସିଆଇ ନୀରଜଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରିଛି । ନୀରଜଙ୍କ ନାଁରେ ୮ ହଜାର ୭୫୮ ନମ୍ବର ଥିବା ସ୍ୱତନ୍ତ୍ର ଜର୍ସି ସମ୍ମାନ ସୂଚକ ଭାବେ ଜାରି କରିବ ଚେନ୍ନାଇ ସୁପରକିଙ୍ଗସ୍ । ତେବେ ସବୁଠାରୁ ଗୁରୁତ୍ୱପୂର୍ନ କଥା ହେଉଛି ପ୍ରତି ଥ୍ରୋରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ପୂରା ଆଗରେ ରହିଥିଲେ । ପ୍ରତି ଥର ପ୍ରଥମ ସ୍ଥାନରେ ରହି ସ୍ୱର୍ନ ପଦକ ହାସଲ କରିଛନ୍ତି ନୀରଜ ।

Leave a Reply

%d bloggers like this: