ହେଲିକପ୍ଟର ଆବିଷ୍କାର କରି ଯୁବକଙ୍କ ମୃତ୍ୟୁ, ଅଧା ରହିଗଲା ସ୍ୱପ୍ନ

ହେଲିକପ୍ଟର ଆବିଷ୍କାର କରି ଯୁବକଙ୍କ ମୃତ୍ୟୁ ଅଧା ରହିଗଲା ସ୍ୱପ୍ନ

ହେଲିକପ୍ଟର ଆବିଷ୍କାର କରି ଯୁବକଙ୍କ ମୃତ୍ୟୁ
ଅଧା ରହିଗଲା ସ୍ୱପ୍ନ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୩ : ମହାରାଷ୍ଟ୍ରର ୟବତମାଲ ଜିଲ୍ଲାରେ ହେଲିକପ୍ଟର ନିର୍ମାଣ କରୁଥିବା ଜଣେ ୨୪ ବର୍ଷୀୟ ଯୁବକଙ୍କ ମୁଣ୍ଡ ଉପରେ ସେହି ହେଲିକପ୍ଟରର ଏକ ବ୍ଲେଡ୍ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ବୁଧବାର ପୋଲିସ ପ୍ରକାଶ କରିଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ମହାଗାଓଁ ତାଲୁକା ଅନ୍ତର୍ଗତ ଫୁଲସାଭାଙ୍ଗି ଗ୍ରାମରେ ଏହି ଘଟଣା ଘଟିଥିଲା । ଯେତେବେଳେ ମେକାନିକ୍ ଶେଖ ଇସମାଇଲ ଶେଖ ଇବ୍ରାହିମ୍ ତାଙ୍କ କର୍ମଶାଳାରେ ନିଜେ ତିଆରି କରିଥିବା ହେଲିକପ୍ଟରର ପରୀକ୍ଷା କରୁଥିଲେ ସେତେବେଳେ ହେଲିକପ୍ଟରର ଏକ ବ୍ଲେଡ୍ ଭାଙ୍ଗିଯିବାରୁ ସେହିଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ ବ୍ୟକ୍ତି ଗତ ଦୁଇ ବର୍ଷ ଧରି ହେଲିକପ୍ଟର ନିର୍ମାଣରେ ଲାଗିଥିଲା ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଇବ୍ରାହିମ୍ ହେଲିକପ୍ଟର ତିଆରି କରିବାବେଳେ ଏଥିରେ କିଛି ତ୍ରୁଟି ଦେଖାଯାଇଥିଲା ଏବଂ ଗୋଟିଏ ବ୍ଲେଡ୍ ହୁଗୁଳି ତାଙ୍କ ମୁଣ୍ଡ ଉପରେ ପଡ଼ିଯାଇଥିଲା । ପରେ ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି ।

Leave a Reply

%d bloggers like this: