ସମୁଦ୍ରରେ ଲୀନ ହୋଇଯିବ ପାରାଦ୍ୱୀପ : ନାସା

ସମୁଦ୍ରରେ ଲୀନ ହୋଇଯିବ ପାରାଦ୍ୱୀପ : ନାସା

ସମୁଦ୍ରରେ ଲୀନ ହୋଇଯିବ ପାରାଦ୍ୱୀପ : ନାସା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୧ : ଜାତିସଂଘର ଜଳବାୟୁ ପରିବର୍ତ୍ତନ ସକ୍ରାନ୍ତ ଅନ୍ତଃସରକାରୀ କମିଟିର ରିପୋର୍ଟ ଗତକାଲି ପ୍ରକାଶ ପାଇଛି । ପ୍ରଦୂଷଣ ଓ ଅନ୍ୟାନ୍ୟ କାରଣ ପାଇଁ ଆଗାମୀ ଦିନରେ ବିଶ୍ୱର ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବ । ଏହାଦ୍ୱାରା ବାତ୍ୟା, ବନ୍ୟା,ସମୁଦ୍ର ପତନ ବୃଦ୍ଧି, ମେରୁ ଅଞ୍ଚଳରେ ବରଫ ତରଳିବା ଭଳି ଭୟଙ୍କର ବିପର୍ଯ୍ୟୟ ବାରମ୍ବାର ଭାରତ ସମେତ ବିଭିନ୍ନ ଅଞ୍ଚଳରେ ଦେଖାଯିବ ବୋଲି ସତର୍କ କରାଇଦିଆଯାଇଛି । ତେବେ ଉକ୍ତ ରିପୋର୍ଟକୁ ବ୍ୟବହାର କରି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଆଜି ଆଉ ଏକ ଭୟଙ୍କର ଆକଳନ କରିଛି । ଉପଗ୍ରହ ଓ ଅନ୍ୟାନ୍ୟ ସାଧନକୁ ଉପଯୋଗ କରି ନାସା ଭାରତର ସମ୍ପର୍କରେ କରିଥିବା ବିଶ୍ଳେଷଣରେ କହିଛି ଯେ ଚଳିତ ଶତାବ୍ଦୀ ଶେଷ ବେଳକୁ ଭାରତର ଉପକୂଳରେ ଥିବା ୧୨ ଟି ସହର ପ୍ରତି ଭୀଷଣ ବିପଦ ରହିଛି ।

ଆଇପିସି ରିପୋର୍ଟରେ କୁହାଯାଇଛି ବିଶ୍ୱରେ ସମୁଦ୍ର ପତନ ଯେତିକି ବୃଦ୍ଧି ପାଉଛି ଏସିଆ ମହାଦେଶରେ ତାହା ତୁଳନାରେ ଅଧିକ ବୃଦ୍ଧି ଘଟୁଛି । ପୂର୍ବରୁ ସମୁଦ୍ର ପତନରେ ଅସ୍ୱାଭାବିକ ପରିବର୍ତ୍ତନ ପ୍ରତି ୧୦୦ ବର୍ଷରେ ଥରେ ଦେଖିବାକୁ ମିଳିବ । ଏକବିଂଶ ଶତାବ୍ଦୀ ସାରା ଉପକୂଳ ଅଞ୍ଚଳରେ ସମୁଦ୍ର ସ୍ତର ବୃଦ୍ଧି ଘଟିବ । ଗୋଟିଏ ପଟେ ସମୁଦ୍ର ପତନ ବୃଦ୍ଧି ଏବଂ ଅନ୍ୟପଟେ ହିମାଳୟରେ ଗ୍ଲାସିୟର ତରଳିବା ଫଳରେ ୧୦୦ କୋଟି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

Leave a Reply

%d bloggers like this: