ପୁଣି ଫେରୁଛି କେ.ବି.ସି

ପୁଣି ଫେରୁଛି କେ.ବି.ସି

ପୁଣି ଫେରୁଛି କେ.ବି.ସି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୧ : ପୁଣି ଫେରୁଛି କେ.ବି.ସି । ପୁଣି ପ୍ରଶ୍ନ ପଚାରିବେ ବିଗ୍ ବି । ନିଜ ପ୍ରଶ୍ନ ବାଣରେ ପ୍ରତିଯୋଗୀଙ୍କୁ କରିବେ ଘାଇଲା । ଫିଲ୍ମଠାରୁ ଆରମ୍ଭ କରି ଜିକେ ସବୁ ପ୍ରକାରର ପ୍ରଶ୍ନ ପଚାରିବେ । ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରତିଯୋଗୀଙ୍କ ଆଗରେ ରଖିବେ ଅପ୍‌ସନ୍ । କେବଳ ସେତିକି ନୁହେଁ ଲାଇଫ୍ ଲାଇନ୍‌ର ସାହାରା ନେବାକୁ ମଧ୍ୟ ଦେବେ ପରାମର୍ଶ ।

ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି ମହାନାୟକ ଅମିତାଭ ବଚ୍ଚନ । ଆରମ୍ଭ ହେବାକୁ ଯାଉଛି ‘କୈାନ୍ ବନେଗା କରୋଟପତି’ର ନୂଆ ସିଜିନ୍ । ନିଜ ଇନ୍‌ଷ୍ଟାଗ୍ରାମରେ ବିଗ୍ ବି ସୁଟିଂ ସେଟ୍‌ର ଫଟୋ ଶେୟାର କରି ଏହାର ହିଣ୍ଟଣ୍ଟ ଦେଇଛନ୍ତି । ଏଥିସହ ମେକର୍ସମାନେ ମଧ୍ୟ ଶୋ’ର ପ୍ରମୋ ରିଲିଜ୍ କରିଛନ୍ତି ।

ଶୋ’ର ପ୍ରମୋକୁ ଏଥର ଏକ ବିଶେଷ ଢଙ୍ଗରେ ଉପସ୍ଥାପିତ କରାଯାଇଛି । ଏଭଳି ପରିସ୍ଥିତିରେ ଶୋ’ ଟେଲିକାଷ୍ଟ ହେବା ପୂର୍ବରୁ ହିଁ ପ୍ରମୋ ମାଧ୍ୟମରେ ଏହା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଶୋ’ର ଅଡିସନ୍ ରାଉଣ୍ଡ ସରିଛି । ଏବେ ଶୋ’ର ମେକର୍ସମାନେ ଏହା ଟେଲିକାଷ୍ଟ କରିବେ । ଏନେଇ ସୋନି ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି କରୋନା ମହାମାରୀକୁ ଦୃଷ୍ଟିରେ ରଖି କେ.ବି.ସି ସୁଟିଂରେ ଅନେକ ପରିବର୍ତ୍ତନ ମଧ୍ୟ କରାଯାଇଛି ।

Leave a Reply

%d bloggers like this: