ସ୍ମାର୍ଟ ସିଟିରେ ହଜାରେ ଡେଇଁଲା ଡେଙ୍ଗୁ

ସ୍ମାର୍ଟ ସିଟିରେ ହଜାରେ ଡେଇଁଲା ଡେଙ୍ଗୁ

ସ୍ମାର୍ଟ ସିଟିରେ ହଜାରେ ଡେଇଁଲା ଡେଙ୍ଗୁ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୧ : ସମସ୍ତ ପ୍ରତିଷେଧକ ବ୍ୟବସ୍ତା ସତ୍ତେ ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଥମିବା ନାଁ ଧରୁନି । ସରକାରୀ ହିସାବ ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଏକ ହଜାର ଡେଇଁଛି । ତେବେ ବେସରକାରୀ ହିସାବରେ ଦେଖିଲେ, ଏହା ଆହୁରି ଯଥେଷ୍ଟ ଅଧିକ ହେବ । ବିଏମ୍‌ସି ପକ୍ଷରୁ ହେଉଥିବା ପ୍ରତିଷେଧକ ବ୍ୟବସ୍ଥା ଯଥେଷ୍ଟ ହେଉନଥିବାରୁ ପରିସ୍ଥିତି ଏମିତି ବିଗିଡ଼ିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି । ମଶା ବଂଶ ବୃଦ୍ଧି ରୋକିବା ପାଇଁ ସେମାନଙ୍କ ଅଣ୍ଡା ଦେବା ସ୍ଥାନ ନଷ୍ଟ କରିବା ଓ ଲାର୍ଭା ନଷ୍ଟ କରିବା ଭଳି ପଦକ୍ଷେପ ନିଆଯାଉଛି ବୋଲି ବିଏମ୍‌ସି ପକ୍ଷରୁ ପ୍ରଚାର କରାଯାଉଥିଲେ ବି ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଏହି ସବୁ ପଦକ୍ଷେପର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅଗଷ୍ଟ ମାସରେ ରାଜଧାନୀରେ ଡେଙ୍ଗୁ ସ୍ଥତି ଅଧିକ ବିଗିଡ଼ିଯିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା, ତାହା ଆଜି ସତ ହେବାକୁ ଯାଉଛି । ଜୁଲାଇ ସୁଦ୍ଧା ୫୭୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଅଗଷ୍ଟ ମାସର ୧୦ ତାରିଖ ସୁଦ୍ଧା ଏହି ସଂଖ୍ୟା ୧୦୦୯ରେ ପହଁଞ୍ଚିଗଲାଣି । ଅର୍ଥାତ୍ ମାତ୍ର ୧୦ ଦିନ ଭିତରେ ୪୨୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତେଣୁ ସଂକ୍ରମଣ କମିବା ବଦଳରେ ବଢ଼ୁଥିବା ସରକାରୀ ହିସାବରୁ ଜଣାପଡ଼ିଛି । ଏବେ ଆକ୍ରାନ୍ତ ସଂଖ୍ୟା ଯେଉଁ ହାରରେ ବଢ଼ି ବଢ଼ି ଚାଲିଛି, ଡେଙ୍ଗୁ ଗ୍ରାଫ୍ ଶୀର୍ଷ ଦୁଇ ହଜାର ଦିଗରେ ଗତି କରୁଛି ବୋଲି ଆଶଙ୍କା କରାଯାଉଛି ।

Leave a Reply

%d bloggers like this: