ଏଣିକି ଭାରତରେ ଟିକା ନେଇପାରିବେ ଅନ୍ୟ ଦେଶର ନାଗରିକ

ଏଣିକି ଭାରତରେ ଟିକା ନେଇପାରିବେ ଅନ୍ୟ ଦେଶର ନାଗରିକ

ଏଣିକି ଭାରତରେ ଟିକା ନେଇପାରିବେ ଅନ୍ୟ ଦେଶର ନାଗରିକ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୦ : ଭାରତରେ ଏଣିକି ବିଦେଶୀ ନାଗରିକମାନେ କରୋନା ବିରୋଧୀ ଟିକା ନେଇ ପାରିବେ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଅଫିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଟିକା ପାଇଁ ଭାରତୀୟଙ୍କ ଭଳି ବିଦେଶୀ ନାଗରିକମାନେ ବି କୋ-ୱିନ୍ ଆପ୍‌ରେ ପଞ୍ଜୀକରଣ କରିପାରିବେ । ଏହି ସମୟରେ ସେମାନେ ନିଜର ପାର୍ସପୋର୍ଟକୁ ପରିଚୟପତ୍ର ଭାବେ ବ୍ୟବହାର କରିବେ । କୋ-ୱିନ୍‌ରେ ପଞ୍ଜୀକରଣ କରିବା ପରେ ସେମାନଙ୍କୁ ଟିକା ପାଇଁ ସ୍ଲଟ୍ ମିଳିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମନ୍ତ୍ରଣାଳୟ କହିଛି ଯେ ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କ ଟିକାକରଣ ଗୋଟିଏ ଗୁରୁତ୍ୱପୂର୍ନ ପ୍ରସଙ୍ଗ । ବିଶେଷ କରି ସହରାଞ୍ଚଳରେ ଅଧିକ ସଂଖ୍ୟକ ବିଦେଶୀ ନାଗରିକ ରହୁଛନ୍ତି । ସହରାଞ୍ଚଳରେ ଅଧିକ ଲୋକ ରହୁଥିବାର ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାର ଆଶଙ୍କା ରହିଛି ।

ଏହାକୁ କାଉଣ୍ଟର କରିବା ପାଇଁ ଟିକାକରଣ ଜରୁରୀ । ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କ ସୁରକ୍ଷା ପାଇଁ ସେମାନଙ୍କ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରଣାଳୟ କହିଛି ।

Leave a Reply

%d bloggers like this: