ଚାଲିପାରିଲାନି ଲୋକସଭା, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା

ଚାଲିପାରିଲାନି ଲୋକସଭା, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା

ଚାଲିପାରିଲାନି ଲୋକସଭା, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ଆଜି ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ଜୁଲାଇ ୧୯ରେ ମୈାସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ଏହା ଅଗଷ୍ଟ ୧୩ ଯାଏଁ ଚାଲିବାର ଥିଲା । କିନ୍ତୁ ବିରୋଧୀଙ୍କ ନାରାବଳୀ ଓ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଠିକ୍ ଭାବେ ଚାଲିପାରୁନଥିଲା । ଆଜି ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଧାର୍ଯ୍ୟ ସମୟର ୨ ଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୋଷଣା କରିଛନ୍ତି ।

ଚଳିତ ମୈାସୁମୀ ଅଧିବେଶନ ବେଳେ ଲୋକସଭାର ପ୍ରଶ୍ନକାଳ ପ୍ରାୟ ଅଧିକାଂଶ ଦିନ ଠିକ୍ ଭାବେ ଅନୁଷ୍ଠିତ ହୋଇପାରୁନଥିଲା । ଗୃହ ଆରମ୍ଭରୁ ହିଁ ବିରୋଧୀ ସାଂସଦମାନେ ପୋଗାସସ୍ ପ୍ରସଙ୍ଗ ଉଠାଇ ବିତର୍କ ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଥିଲେ । ଆଜି ବାଚସ୍ପତି ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ପୂର୍ବରୁ ନିକଟରେ ପରଲୋକ ଘଟିଥିବା ଗୃହର ୪ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ଏହାପରେ ପୁଣି ହଟ୍ଟଗୋଳ ଆରମ୍ଭ ହୋଇଥିଲା । ପୁରା ମୈାସୁମୀ ଅଧିବେଶନରେ ଏପରି ସ୍ଥିତି ଲାଗିରହିଥିବାରୁ ବାଚସ୍ପତି ଆଜି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଆଶା ଅନୁସାରେ ଚଳିତ ମୈାସୁମୀ ଅଧିବେଶନ ଆଦୈା ଚାଲିପାରିନାହିଁ । ଏଥିପାଇଁ ମୁଁ ମର୍ମାହତ । ମୁଁ ସବୁବେଳେ ଅଧିକରୁ ଅଧିକ କାର୍ଯ୍ୟ ଗୃହରେ କରାଯାଉ ବୋଲି ଚେଷ୍ଟା କରିଥିଲି । ଏଥିସହ ଲୋକଙ୍କ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ସପକ୍ଷରେ ଥିଲି । ତଥାପି ଗୃହ କାର୍ଯ୍ୟ ଆଶା ଅନୁସାରେ ହୋଇପାରିନାହିଁ ବୋଲି ସେ କହିଛନ୍ତି ।

Leave a Reply

%d bloggers like this: