ଧାରା ୩୭୦ ଉଚ୍ଛେଦ ପରେ ବାହାର ଲୋକ ଜମ୍ମୁ କାଶ୍ମୀରରେ କିଣିଛନ୍ତି ଜମି

ଧାରା ୩୭୦ ଉଚ୍ଛେଦ ପରେ ବାହାର ଲୋକ ଜମ୍ମୁ କାଶ୍ମୀରରେ କିଣିଛନ୍ତି ଜମି

ଧାରା ୩୭୦ ଉଚ୍ଛେଦ ପରେ ବାହାର ଲୋକ ଜମ୍ମୁ କାଶ୍ମୀରରେ କିଣିଛନ୍ତି ଜମି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୦ : ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ୨ ବର୍ଷରୁ ଅଧିକ ସମୟ ହୋଇଗଲାଣି । ନିୟମର ପରିବର୍ତ୍ତନ ପରେ ଏବେ କୈାଣସି ବାହାର ରାଜ୍ୟର ଲୋକ ବି ଜମ୍ମୁ କାଶ୍ମୀରରେ ଜମି କିଣିପାରିବେ । ମଙ୍ଗଳବାର ଦିନ ସଂସଦରେ ସରକାଙ୍କୁ ପ୍ରଶ୍ନ ପଚରାଯାଇଥିଲା କି ଧାରା ୩୭୦ ଉଚ୍ଛେଦ ପରେ କେତେ ଜଣ ବାହାର ଲୋକ ଜମ୍ମୁ-କାଶ୍ମୀରରେ ଜମି କିଣିଛନ୍ତି ? ଏହାକୁ ନେଇ ସରକାରଙ୍କ ତରଫରୁ ମିଳିଛି କି ଅଗଷ୍ଟ ୨୦୧୯ ପରେ ବତ୍ତମାନ ପର୍ଯ୍ୟନ୍ତ ମାତ୍ର ୨ ଜଣ ବାହାର ଲୋକ ଜମ୍ମୁ-କାଶ୍ମୀରରେ ଜମି କିଣିଛନ୍ତି ।

କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାର ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କି, ଜମ୍ମୁ କାଶ୍ମୀରରେ ଏବେ ଜମି କିଣିବା ପାଇଁ ଲୋକ କିମ୍ବା ସରକାରଙ୍କୁ ଅନେକ କଠିନ ପ୍ରକ୍ରିୟାର ସାମ୍ନା କରିବାକୁ ପଡ଼ୁଛି । କହିରଖୁ କି ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଜମ୍ମୁ-କାଶ୍ମୀର ଧାରା ୩୭୦ ଓ ଧାରା ୩୫(କ) ଉଚ୍ଛେଦ କରାଯାଇଥିଲା । ଏହାସହ ଜମ୍ମୁକାଶ୍ମୀର ଓ ଲଦାଖକୁ ଅଲଗା ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା ।

Leave a Reply

%d bloggers like this: