ପାର୍ବଣ ଋତୁ ପାଇଁ ଗାଇଡ୍‌ଲାଇନ୍, ପୂଜା ହେବ ହେଲେ ଦର୍ଶନ ମନା

ପାର୍ବଣ ଋତୁ ପାଇଁ ଗାଇଡ୍‌ଲାଇନ୍ ପୂଜା ହେବ ହେଲେ ଦର୍ଶନ ମନା

ପାର୍ବଣ ଋତୁ ପାଇଁ ଗାଇଡ୍‌ଲାଇନ୍
ପୂଜା ହେବ ହେଲେ ଦର୍ଶନ ମନା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୦ : ଏଥର ପାର୍ବଣ ଋତୁରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡପରେ ଦେବା ଦେବୀଙ୍କୁ ପୂଜା କରାଯିବ । ପୂଜା ବିଧି ଯଥା ରୀତିନୀତି କରିବାକୁ ପୂଜା କମିଟିଗୁଡ଼ିକୁ ଅନୁମତି ମିଳିଛି । ହେଲେ ସାଧାରଣ ଲୋକ ମଣ୍ଡପରେ ଦେବାଦେବାଙ୍କୁ ଦର୍ଶନ କରିପାରିବେନି ବୋଲି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ଗଣେଶ ପୂଜା, ସରସ୍ୱତୀ ପୂଜା, ଦୁର୍ଗା ପୂଜା, ଲକ୍ଷ୍‌ମୀ ପୂଜା, କାଳି ପୂଜା ହେବାକୁ ଥିବାବେେଳେ ଏଥିରେ ବହୁ ଲୋକଙ୍କର ସମାବେଶ ହେବାର ସମ୍ଭାବନା ଅଛି । ଏହାଦ୍ୱାରା କରୋନା ସଂକ୍ରମଣ ବଢ଼ିବ । ତେଣୁ ପୂଜାର ବହୁ ପୂର୍ବରୁ ପୂଜା କମିଟିଗୁଡ଼ିକ ଯେପରି ସେହି ଅନୁଯାୟୀ ପ୍ରସ୍ତୁତି କରିବା ତାହାକୁ ନଜରରେ ରଖି ଏସ୍‌ଆର୍‌ସି ଆଗୁଆ ନୂଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ।

ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପୂଜା କମିଟି ସଙ୍ଗଠନଗୁଡ଼ିକୁ ମଣ୍ଡପ ପେଣ୍ଡାଲରେ ପୂଜା କରିବାକୁ ଅନୁମତି ମିଳିଛି । ମାତ୍ର କୈାଣସି ଜାକଜମକରେ ପୂଜା ହେବନି । ମଣ୍ଡପର ତିନି ପଟ ବନ୍ଦ ରଖାଯିବାବେଳେ କେହି ସର୍ବସାଧାରଣ ଲୋକ ଦର୍ଶନ ପାଇଁ ଯାଇପାରିବେନି ସେ ବ୍ୟବସ୍ଥା କରାଯିବ । ପୂଜା ମଣ୍ଡପରେ ଏକ ସମୟରେ ସର୍ବାଧିକ ୭ ଜଣ ଉପସ୍ଥିତ ରହିବେ । ଏଥିସହ ସମସ୍ତେ କୋଭିଡ କଟକଣା ମାନିବେ ।

ସେହିପରି ମୂର୍ତ୍ତି ବିସର୍ଜନ ପାଇଁ କୈାଣସି ପ୍ରକାରର ଶୋଭାଯାତ୍ରା ହେବନି କି ବାଦ୍ୟଯନ୍ତ୍ର ବାଜିବନି । କେବଳ କୃତ୍ରିମ ପୋଖରୀରେ ନେଇ ମୂର୍ତ୍ତିକୁ ବିସର୍ଜନ କରାଯିବ । ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା କରିବାକୁ ଅନୁମତି ଦିଆଯାଇଛି । ଯିଏ ନିୟମ ନମାନିବେ ତାଙ୍କ ଉପରେ ବିପର୍ଯ୍ୟୟ ପରିଚାଳନା ନିୟମ, ୨୦୦୫ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Leave a Reply

%d bloggers like this: