ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ

ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ

ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ

ରାଜଧାନୀରେ ଦିନକୁ ଦିନ ଅପରାଧ ବଢ଼ିଚାଲିଛି । କେଉଁଠି ହତ୍ୟା ତ କେଉଁଠି ଡକାୟତ, କେତେବେଳେ ଚୋରି ତ କେତେବେଳେ ଗଣ୍ଡଗୋଳ । ଗତ କିଛି ଦିନ ପୂର୍ବରୁ ୧ କୋଟି ଟଙ୍କାର ଧଳା ଜହର ଧରାପଡ଼ି ୬ ଜଣ ଗିରଫ ହୋଇଥିବାବେଳେ ଆଜି ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ଅବକାରୀ ବିଭାଗ ଗ୍ରାହକ ବେଶରେ ଯାଇ ମହିଳାଙ୍କୁ ଧରିଲେ । ସାଲିଆ ସାହିରୁ ୯୫ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣେ ମହିଳାଙ୍କୁ ଗିରଫ କଲା ଅବକାରୀ ବିଭାଗ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।

ମହିଳାଙ୍କ ନିକଟରୁ ୩ ଶହରୁ ଅଧିକ ପୁଡ଼ିଆ ଜବତ କରିଛି ଅବକାରୀ ବିଭାଗ । ଗ୍ରାହକ ବେଶରେ ଯାଇ ମାଡ଼ିବସିଥିଲା । ଗତକାଲି କଟକ ଲାଲବାଗ ଥାନା ପୋଲିସ ୧ କୋଟିରୁ ଅଧିକ ଟଙ୍କା ବ୍ରାଉନ ସୁଗାର ଜବତ କରିଥିଲା ।

Leave a Reply

%d bloggers like this: