୨୩ରୁ ଖୋଲିବ ରାଜଧାନୀର ଧର୍ମାନୁଷ୍ଠାନ

୨୩ରୁ ଖୋଲିବ ରାଜଧାନୀର ଧର୍ମାନୁଷ୍ଠାନ

୨୩ରୁ ଖୋଲିବ ରାଜଧାନୀର ଧର୍ମାନୁଷ୍ଠାନ

ମେଟେରା ଟିଭି ବ୍ୟୁରୋ ଅଗଷ୍ଟ/୧୦ : ଆସନ୍ତା ୨୩ ତାରିଖରୁ ରାଜଧାନୀର ସମସ୍ତ ମନ୍ଦିର ସମେତ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବ । ଏ ନେଇ ଆଜି ବିଏମ୍‌ସି ପକ୍ଷରୁ କରୋନା କଟକଣାକୁ ଆଧାର କରି ଏସ୍‌ଓପି ଜାରି ହୋଇଛି । ଏହି ଏସ୍‌ଓପି ଅନୁସରଣ କରି ସମସ୍ତ ମନ୍ଦିର ସର୍ବସାଧାରଣଙ୍କୁ ପ୍ରବେଶ ଅନୁମତି ଦେବେ । କଟକଣା ଉଲ୍ଲଘଂନ ହେଲେ ମନ୍ଦିର ବନ୍ଦ କରି ଦିଆଯିବ ।

ଜାରି ହୋଇଥିବା ଏସ୍‌ଓପି ମୁତାବକ, ୨୩ ତାରିଖରୁ ବିଭିନ୍ନ ମନ୍ଦିର ସହ ଧର୍ମାନୁଷ୍ଠାନକୁ ଅନୁମତି ମିଳିବ । କୈାଣସି ମନ୍ଦିରର ଗର୍ଭଗୃହ ପର୍ଯ୍ୟନ୍ତ ପ୍ରବେଶ କରିବା ପାଇଁ ସାଧାରଣ ଭକ୍ତଙ୍କୁ ସୁଯୋଗ ମିଳିବ ନାହିଁ । ଏକ ନିର୍ଦ୍ଧାରିତ ସ୍ଥାନରେ ଛିଡ଼ା ହୋଇ ଭକ୍ତମାନେ ଦର୍ଶନ କରିବାକୁ ସୁଯୋଗ ପାଇବେ । ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର କଟକଣା ରହିଛି । ଏକ ସମୟରେ ସିଂହଦ୍ୱାରକୁ ଆଡ଼କାଠ ପର୍ଯ୍ୟନ୍ତ ସର୍ବାଧିକ ଶହେ ଜଣ ଯାତ୍ରୀଙ୍କୁ ରହିବାକୁ ଅନୁମତି ମିଳିବ । ଗର୍ଭବତୀ, ବୟସ୍କ, ଛୋଟପିଲା, ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ମନ୍ଦିର ପ୍ରବେଶ ନ କରିବାକୁ ବିଏମ୍‌ସି ପରାମର୍ଶ ଦେଇଛି । ଉଲ୍ଲେଖେଯାଗ୍ୟ କରୋନା କଟକଣା ଯୋଗୁଁ ଗତ ତିନି ମାସ ହେଲା ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା ।

Leave a Reply

%d bloggers like this: