ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ ନେତାଙ୍କ ନାଁରେ ୧୨୨ ମନିଲଣ୍ଡ୍ରିଂ ମାମଲା

ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ ନେତାଙ୍କ ନାଁରେ ୧୨୨ ମନିଲଣ୍ଡ୍ରିଂ ମାମଲା

ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ ନେତାଙ୍କ ନାଁରେ ୧୨୨ ମନିଲଣ୍ଡ୍ରିଂ ମାମଲା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୦ : ଫସିବେ କି ବର୍ତ୍ତମାନର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ସାଂସଦ ଓ ବିଧାୟକ ? ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ ନେତାଙ୍କ ନାଁରେ ଏବେ ଦେଶରେ ୧୨୨ଟି ମନିଲଣ୍ଡ୍ରିଂ ମାମଲା ଚାଲିଛି । ଏନେଇ ସୁପ୍ରିମ୍‌କୋର୍ଟଙ୍କୁ ଆଜି ପୂରା ତାଲିକା ପ୍ରଦାନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏହି ତାଲିକାରେ ପ୍ରଥମରେ ଏ.ରାଜା ଏବଂ କାନିମୋଝିଙ୍କ ନାଁ ରହିଥିବାବେଳେ ଦ୍ୱିତୀୟରେ ବାପା-ପୁଅଙ୍କ ଯୋଡ଼ି ପି.ଚିଦାମ୍ବରମ୍ ଏବଂ କାର୍ତି ଚିଦାମ୍ବରମ୍‌ଙ୍କ ନାଁ ସାମିଲ ଅଛି । ଏହି ବାପା-ପୁଅ ଯୋଡ଼ିଙ୍କ ନାଁରେ ଦୁଇଟି ମାମଲା ରହିଛି । ଏୟାରସେଲ୍ସ ମ୍ୟାକ୍ସିସ୍ ଚୁକ୍ତିରେ ଅନିୟମିତତା ସମ୍ବନ୍ଧରେ ୨୦୧୨ରେ ପ୍ରଥମ ମାମଲା ରୁଜ୍ଜୁ ହୋଇଥିଲା । ୨୦୧୭ ଗଣମାଧ୍ୟମରେ ଏଫଡିଆଇ ଅନୁମୋଦନ ସମ୍ବନ୍ଧରେ ଦ୍ୱିତୀୟ ମାମଲା ପଞ୍ଜିକୃତ ହୋଇଥିଲା । ସେହିପରି ଏହି ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ।

ଶୁଭେନ୍ଦୁ ଅଧିକାରୀ ମୁକୁଲ ରୟ, ଫାରୁକ ଅବଦୁଲ୍ଲା, ଲାଲୁ ପ୍ରସାଦ ଯାଦବ ନାଁ ମଧ୍ୟ ଇତି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଏହି ତାଲିକାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିଏମ୍ ଅମରିନ୍ଦର ସିଂ ଏବଂ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ମଧ୍ୟ ଅଛନ୍ତି ।

Leave a Reply

%d bloggers like this: