ଆମାଜନ ଓ ଫ୍ଲିପ୍‌କାର୍ଟକୁ ସୁପ୍ରିମକୋର୍ଟ ଝଟକା : ଚାଲିବ ସିସିଆଇ ତଦନ୍ତ

ଆମାଜନ ଓ ଫ୍ଲିପ୍‌କାର୍ଟକୁ ସୁପ୍ରିମକୋର୍ଟ ଝଟକା : ଚାଲିବ ସିସିଆଇ ତଦନ୍ତ

ଆମାଜନ ଓ ଫ୍ଲିପ୍‌କାର୍ଟକୁ ସୁପ୍ରିମକୋର୍ଟ ଝଟକା : ଚାଲିବ ସିସିଆଇ ତଦନ୍ତ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୯ : ଅନଲାଇନ୍ ସପିଂ କମ୍ପାନୀ ଆମାଜନ ଓ ଫ୍ଲିପକାର୍ଟକୁ ସୁପ୍ରିମକୋର୍ଟ ଝଟକା ଦେଇଛନ୍ତି । ସେମାନଙ୍କ ବିରୋଧରେ କମ୍ପିଟିସନ୍ ଅଫ ଇଣ୍ଡିଆ କରୁଥିବା ଆଣ୍ଟି ଟ୍ରଷ୍ଟ ତଦନ୍ତ ପୂର୍ବଭଳି ଜାରି ରହିବ ବୋଲି କୋର୍ଟ କହିଛନ୍ତି । ସିସିଆଇ ତଦନ୍ତ ଉପରେ ରୋକ ଲଗାଇବାକୁ ଏହି ଦୁଇ କମ୍ପାନୀ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲେ ।

ଆଣ୍ଟି କମ୍ପିଟିସନ ଚୁକ୍ତିକୁ ଏମାନେ ଉଲ୍ଲଘଂନ କରିଥିବାରୁ ସେମାନଙ୍କ ବିରୋଧରେ ସିସିଆଇ ତଦନ୍ତ କରୁଛି । ଉଭୟ କମ୍ପାନୀ ତଦନ୍ତର ସମ୍ମୁଖୀନ ହେବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମ୍ମନ୍ନାଙ୍କ ଖଣ୍ଡପୀଠରେ କହିଛନ୍ତି, ବଡ଼ ବଡ଼ ଇ-କର୍ମସ କମ୍ପାନୀ ହିସାବରେ ଆମାଜନ ଓ ଫ୍ଲିପକାର୍ଟ ନିଜ ଆଡ଼ୁ ତଦନ୍ତରେ ସହେଯାଗ କରିବା କଥା । ହେଲେ ଏମାନେ ତଦନ୍ତକୁ ବିରୋଧ କରି ଆବେଦନ କରିବା ଆଶ୍ଚର୍ଯ୍ୟଜନକ । ଖଣ୍ଡପୀଠ ଏହାପରେ ଉଭୟ କମ୍ପାନୀକୁ ତଦନ୍ତରେ ସାମିଲ ହେବାକୁ ୪ ସପ୍ତାହର ସମୟ ଦେଇଛନ୍ତି ।

ସୂଚନାଯୋଗ୍ୟ, ଦୁଇ କମ୍ପାନୀ ସେମାନଙ୍କ ଇ-ଫ୍ଲାଟଫର୍ମରେ କିଛି ନିର୍ଦ୍ଦିଷ୍ଟ କମ୍ପାନୀର ସାମଗ୍ରୀକୁ ପ୍ରମୋଟ କରୁଥିବା ଅଭିଯୋଗ ହୋଇଛି । କମ୍ପାନୀ ଉକ୍ତ କମ୍ପାନୀମାନଙ୍କୁ ବ୍ୟବସାୟିକ ଲାଭ ଦେବା ପାଇଁ ସବୁକିଛି କରୁଥିବାବେଳେ ଅନ୍ୟମାନଙ୍କ ପ୍ରତି ଅବହେଳା କରୁଥିବା ବ୍ରିକ୍ ଆଣ୍ଡ ମୋର୍ଟାର ରିଟେଲର୍ସ ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଦୁଇ କମ୍ପାନୀ କୈାଣସି ପ୍ରକାରର ବେଆଇନ କାମ କରିନଥିବା କହିଥିଲେ ।

Leave a Reply

%d bloggers like this: