ମହଙ୍ଗା ପଡ଼ିଲା ଦାମିକା ଗାଡ଼ି ଚଢ଼ିବା ସଉକ, ଗିରଫ ହେଲେ ୨ ବିଏମଡବ୍ଲ୍ୟୁ ବାଇକ୍ ଚୋର

ମହଙ୍ଗା ପଡ଼ିଲା ଦାମିକା ଗାଡ଼ି ଚଢ଼ିବା ସଉକ, ଗିରଫ ହେଲେ ୨ ବିଏମଡବ୍ଲ୍ୟୁ ବାଇକ୍ ଚୋର

ମହଙ୍ଗା ପଡ଼ିଲା ଦାମିକା ଗାଡ଼ି ଚଢ଼ିବା ସଉକ, ଗିରଫ ହେଲେ ୨ ବିଏମଡବ୍ଲ୍ୟୁ ବାଇକ୍ ଚୋର

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୯ : ଦାମିକା ବାଇକ୍ ଚଳାଇବା ସଉକ ପଡ଼ିଲା ମହଙ୍ଗା । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ପାଇକସାହିରେ ବିଏମ୍‌ଡବ୍ଲ୍ୟୁ ବାଇକ୍ ଚୋରି ଘଟଣାରେ ଦୁଇ ଗିରଫ । ସିସିଟିଭି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ମୁନ୍‌ଗୁଡ଼ା ପୋଲିସ । ଗିରଫ ଦୁଇଜଣ ହେଲେ ମୁନିଗୁଡ଼ା ଥାନା ଖାଲପଦର ଗ୍ରାମର ପରକ୍ଷିତ ପଲକିଆ ଓ କେଦାର ପଲକିଆ ।

ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ପାଇକସାହିଠାରେ ରହୁଥିବା ବ୍ୟବସାୟୀ ବି.ଉମାଶଙ୍କର ପାତ୍ରଙ୍କ ଘର ପାଚେରୀ ଭିତରୁ ଏକ ବିଏମ୍‌ଡବ୍ଲ୍ୟୁ ବାଇକ୍ ଚୋରି ହୋଇଥିଲା । ଏନେଇ ଉମାଶଙ୍କର ମୁନିଗୁଡ଼ ଥାନାରେ ଅଭିଯୋଗ କରିଥିଲେ । ଏନେଇ କିଛି ସିସିଟିଭି ଫୁଟେଜ ପୋଲିସ ହସ୍ତଗତ ହୋଇଥିଲା । ପରେ ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ସୁଜ୍ଞାନୀ ସାହୁ ଏକ ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲେ । ତେବେ ମୁନିଗୁଡ଼ା ଥାନା ଥାନା ଖାଲପଦର ଗ୍ରାମର ଦୁଇ ଯୁବକ ସେହି ଅଞ୍ଚଳରେ ଉକ୍ତ ବାଇକ୍ ଚଳାଉଥିବା ଜାଣିବାକୁ ପାଇଥିଲେ । ଏହା ପରେ ଉକ୍ତ ଅଞ୍ଚଳକୁ ପୋଲିସ୍ ଟିମ୍ ଯାଇ ବାଇକ୍ ଜବତ କରିବା ସହ ୨ ଜଣ ଯୁବକକୁ ଗିରଫ କରି ଥାନାକୁ ଆଣିଥିଲେ ।

ଗିରଫ ଦୁଇ ଜଣ ହେଲେ ଖାଲପଦର ଗ୍ରମର ପରିକ୍ଷିତ ପଲକିଆ ଓ କେଦାର ପଲକିଆ ବୋଲି ଜଣାପଡ଼ିଛି । ଏହି ଯୁବକ ଦୁଇଜଣ ଏକ ଗ୍ଲାମର ବାଇକ୍‌ରେ ଆସି ବିଏମ୍‌ଡବ୍ଲ୍ୟୁ ବାଇକ ଚୋରି କରି ନେଇ ଜଙ୍ଗଲରେ ଲୁଚେଇ ରଖିଥିଲେ । ତେବେ ଅଭିଯୁକ୍ତ ଯୁବକ ଦୁଇଜଣ ଦାମିକା ବାଇକ୍ ଚଲାଇବା ସଉକ ପାଇଁ ବାଇକ୍ ଚୋରି କରିଥିବା ସ୍ୱୀକାର କରିଛନ୍ତି । ମୁନିଗୁଡ଼ା ଥାନା କେଶ ନମ୍ବର ୧୦୩/୨୧ରେ ମାମଲା ରୁଜ୍ଜୁ କରିବା ସହ ଦୁଇଜଣଙ୍କ କୋଭିଡ ଟେଷ୍ଟ କରାଯିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁଜ୍ଞାନୀ ସାହୁ ସୂଚନା ଦେଇଛନ୍ତି । ଏଥିସହ ବାଇକ ମାଲିକ ବି.ଉମାଶଙ୍କର ପାତ୍ରଙ୍କ ବିଏମ୍‌ଡବ୍ଲ୍ୟୁ ବାଇକର ସମସ୍ତ ନଥିପତ୍ର ଯାଞ୍ଚ କରି ତାଙ୍କ ବାଇକ ତାଙ୍କୁ ହସ୍ତାନ୍ତର କରିଛନ୍ତି ।

Leave a Reply

%d bloggers like this: