ତୃତୀୟ ଲହର ଏତେ ମାରାତ୍ମକ ହେବନି : ବିଜୟ ପାଣିଗ୍ରାହୀ

ତୃତୀୟ ଲହର ଏତେ ମାରାତ୍ମକ ହେବନି : ବିଜୟ ପାଣିଗ୍ରାହୀ


ତୃତୀୟ ଲହର ଏତେ ମାରାତ୍ମକ ହେବନି : ବିଜୟ ପାଣିଗ୍ରାହୀ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୯ : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣାଧିନ ହେବାରେ ଲାଗିଛି କରୋନା ସଂକ୍ରମଣ । ହେଲେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଅନ୍ୟପଟେ ରାଜ୍ୟରେ କଟକଣା କୋହଳ କରିଛନ୍ତି ସରକାର । ଏସବୁ ମଧ୍ୟରେ ରାଜ୍ୟର କରୋନା ସ୍ଥିତି ଓ ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ ସୋମବାର କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ମୋଟ୍ ୧ କୋଟି ୭୮ ଲକ୍ଷ ଟିକାକରଣ ସରିଛି । ପ୍ରଥମ ଡୋଜ୍ ୧ କୋଟି ୩୭ ଲକ୍ଷ ଓ ଦ୍ୱିତୀୟ ଡୋଜ୍ ୪୧ ଲକ୍ଷ ଲୋକ ନେଇଛନ୍ତି । ଏବେ କୋଭାକ୍ସିନ କମ୍ ଅଛି । ଟିକା ଆସିଲେ ସମସ୍ତ ସମସ୍ୟା ଦୂର ହେବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ରାଜାରେ ଗର୍ଭବତୀ ମହିଳାଙ୍କ ଟିକାକରଣ ଚାଲିଛି । ୫୭ ହଜାର ଜଣଙ୍କୁ ଟିକା ଦିଆଯାଇଛି । ଟିକାକରଣ ପ୍ରଥମେ ସହରାଞ୍ଚଳକୁ ଫୋକସ କରାଯାଉଥିବାବେଳେ ୬୦ ପ୍ରତିଶତ ସରିଲାଣି । ଏବେ ଗ୍ରାମାଞ୍ଚଳକୁ ଫୋକସ୍ କରାଯାଉଛି ।

ତୃତୀୟ ଲହର ଏତେ ପ୍ରଭାବିତ ହେବନି ବୋଲି ପ୍ରକାଶ କରାଯାଉଛି । ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବା ଆଶଙ୍କା କରି ପ୍ରସ୍ତୁତି କରାଯାଉଛି । ଆଜିଠୁ ଶିଶୁଙ୍କ ଚିକିତ୍ସା ନେଇ ତାଲିମ ଆରମ୍ଭ ହୋଇଛି । ଆଗକୁ ଶିଶୁମାନେ ଯଦି ସଂକ୍ରମିତ ହୁଅନ୍ତି, ତେବେ ସେମାନେ କିପରି ସଠିକ ଚିକିତ୍ସା ପାଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ସେହିପରି ଟିକା ସାର୍ଟିଫିକେଟ୍ ଡାଉନଲୋଡ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଲ୍ପ ଡେକ୍ସ ଜାରି କରାଯାଇଛି । ୯୦୧୩୧୫୧୫୧୫ ନମ୍ବରକୁ ଆଡ କରି ସାର୍ଟିଫିକେଟ ଡାଉନଲୋଡ କରିହେବ ଅନ୍ୟ ସୂଚନା ମଧ୍ୟ ପାଇପାରିବେ ।

Leave a Reply

%d bloggers like this: