ଜବତ ହେଲା ୧୩ ଲକ୍ଷ ୮୫ ହଜାର ଜାଲ ନୋଟ୍‌, ୬ ଗିରଫ

ଜବତ ହେଲା ୧୩ ଲକ୍ଷ ୮୫ ହଜାର ଜାଲ ନୋଟ୍‌, ୬ ଗିରଫ

ଜବତ ହେଲା ୧୩ ଲକ୍ଷ ୮୫ ହଜାର ଜାଲ ନୋଟ୍‌, ୬ ଗିରଫ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୯ : ଧରାପଡ଼ିଲେ ୬ ଜାଲ ନୋଟ୍ କାରବାରୀ । ପୋଲିସ ହାତରେ ଲାଗିଲା ବଡ଼ ଧରଣର ଚୋରା କାରବାର । ଟାଉନ୍ ପୋଲିସ ଜାଲ ନୋଟ୍ କାରବାର କରୁଥିବା ଗ୍ୟାଙ୍ଗର ଫର୍ଦ୍ଦାପାସ୍ କରିବା ସହ ୧୩ ଲକ୍ଷ ୮୫ ହଜାର ଟଙ୍କା ଜବତ କରିଛି । ଏଥିସହିତ ଆହୁରି ଲକ୍ଷ ଲକ୍ଷ ଜାଲ ନୋଟ୍ ଛପାଯାଇ ବଜାରକୁ ଛଡ଼ାଯାଇଥିବା ସୂଚନା ପାଇବା ପରେ ପୋଲିସ୍ ଯାଞ୍ଚ ଆରମ୍ଭ କରିଛି । ଏହି ମାମଲାରେ ବରଗଡ଼ ଜିଲ୍ଲାର ୪ ଜଣ ଏବଂ ଛତିଶଗଡ଼ ଜିଲ୍ଲାର ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ ଶନିବାର ସକାଳ ୧୦ ଟା ସମୟରେ ୨ ଜଣ ଯୁବକ ଲକ୍ଷ୍‌ମୀ ଟକିଜ୍‌ର ଏକ ଚା ଦୋକାନରେ ୨୦ ଟଙ୍କାରେ ଚା ଓ ବିସ୍କୁଟ୍ ଖାଇଥିଲେ । ଦୋକାନୀ ଜଣକ ଟଙ୍କା ମାଗିବାରୁ ଜଣେ ଯୁବକ ୧୦୦ ଟଙ୍କିଆ ନୋଟ୍ ଦେଇଥିଲେ । ନୋଟ୍ ନେବା ପରେ ଦୋକାନୀ ଜଣଙ୍କର ସନ୍ଦେହ ହେବାରୁ ଏହା ନକଲି ବୋଲି କହିଥିଲେ । ଏତିକିରେ ଝଗଡ଼ା ଆରମ୍ଭ ହୋଇଥିଲା । ପରେ ଦୋକାନୀ ଜଣକ ଟଙ୍କା ଧରି ଟାଉନ୍ ଥାନାକୁ ଆସି ଅଭିଯୋଗ କରିଥିଲେ । ଏହାପରେ ଟାଉନ୍ ଥାନା ପୋଲିସ ପଚରାଉଚରା କରି ବ୍ୟକ୍ତି ଜଣକୁ ଯାଞ୍ଚ କରିବା ପରେ ତା’ ପାଖରୁ ୧୮୦୦ ଟଙ୍କା ଜାଲ ନୋଟ୍ ବାହାରିଥିଲା ।
ସମ୍ବଲପୁର ଏସ୍‌ପି ବି.ଗଙ୍ଗାଧରଙ୍କ ଦ୍ୱାରା ଏକ ଟିମ୍ ଗଠନ କରାଯାଇଥିଲା । ଗ୍ୟାଙ୍ଗକୁ ଧରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଉକ୍ତ ଟିମ୍ ଚଢ଼ଉ କରିଥିଲା । ଏହାପରେ ହୋଟେଲରେ ଚଢ଼ଉ କରିବା ପରେ ପୋଲିସକୁ ମିଳିଥିଲା ବଡ଼ ସଫଳତା । ଏଠାରେ ପୋଲିସ୍ ୬ ଜଣଙ୍କୁ ଗିରଫ କରିଛି ।

Leave a Reply

%d bloggers like this: