କଟକରୁ ୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ : ୬ ଗିରଫ

କଟକରୁ ୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୬ ଗିରଫ

କଟକରୁ ୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୬ ଗିରଫ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୯ : କଟକରେ ପୁଣି ଧଳା ଜହର ଜବତ । କଟକରୁ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ ହୋଇଛି । ସ୍ପେଶାଲ ସ୍କ୍ୱାଡ୍ ଓ ଲାଲବାଗ ଥାନା ପୋଲିସ ମିଳିତ ଅପରେସନରେ ଏହି ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନସୁଗାର କାରବାର ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଏ ନେଇ ପ୍ରେସ୍ ମିଟ୍ କରି ସୂଚନା ଦେଲେ ପୋଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀ ।

ଜଳେଶ୍ୱର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଏହି ଅଭିଯୁକ୍ତମାନେ ବିଭିନ୍ନ ଅଞ୍ଚଳକୁ ଯୋଗାଉଥିଲେ । ଏହି ସବୁ ବ୍ରାଉନସୁଗାର ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ାରେ ବିକ୍ରି ହୋଇଥାନ୍ତା । ଗତ ୫ ମାସରେ କଟକ ସହରରୁ ୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । କୋଲକାତା ପଟୁ ଜଳେଶ୍ୱର ବାଲେଶ୍ୱର ଦେଇ ବିଭିନ୍ନ ଅଞ୍ଚଳକୁ ବ୍ରଉନସୁଗାର ଯାଉଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।

Leave a Reply

%d bloggers like this: