କଟକଣା କୋହଳ ପରେ ବିମାନ ଭଡ଼ା ଆକାଶଛୁଆଁ, ଦିଲ୍ଲୀରୁ ଲଣ୍ଡନ ୪ ଲକ୍ଷ ଟଙ୍କା

କଟକଣା କୋହଳ ପରେ ବିମାନ ଭଡ଼ା ଆକାଶଛୁଆଁ ଦିଲ୍ଲୀରୁ ଲଣ୍ଡନ ୪ ଲକ୍ଷ ଟଙ୍କା

କଟକଣା କୋହଳ ପରେ ବିମାନ ଭଡ଼ା ଆକାଶଛୁଆଁ
ଦିଲ୍ଲୀରୁ ଲଣ୍ଡନ ୪ ଲକ୍ଷ ଟଙ୍କା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୮ : ଟିକା ନେଇଥିବା ଭାରତୀୟଙ୍କ ପାଇଁ କରୋନା କଟକଣା ନିୟମକୁ ବ୍ରିଟେନ କିଛିମାତ୍ରାରେ କୋହଳ କରିଛି । ଗୋଟିଏ ପଟେ ଦୀର୍ଘ ଦିନ ହେଲା ଘରେ ବନ୍ଦ ହୋଇ ରହିଥିବା ବ୍ୟକ୍ତିମାନେ ବିଦେଶ ଯିବାକୁ ବାହାରିବା ଏବଂ ଅନ୍ୟପଟେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ସମୟ ଆରମ୍ଭ ହୋଇଯାଇଥିବାରୁ ଏହାର ସିଧାସଳଖ ପ୍ରଭାବ ବିମାନସେବା ଶିଳ୍ପ ଉପରେ ପଡ଼ିଛି । ଏଥିଯୋଗୁଁ ବିମାନଯାତ୍ରାର ଚାହିଦା ବଢ଼ିଯାଇଛି । ଯାତ୍ରା ଚାହିଦା ବଢ଼ିଯିବା ଦ୍ୱାରା ବିମାନ ଭଡ଼ା ଆକାଶଛୁଆଁ ହୋଇଯାଇଛି, ଯାହାକି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ବିଶେଷ କରି ଲଣ୍ଡନକୁ ବିମାନ ଭଡ଼ା ମାତ୍ରାଧିକ ବଢ଼ିଛି । ଯାତ୍ରା କଟକଣାକୁ ବ୍ରିଟେନ କୋହଳ କରିବା ପରେ ଏହା ଭାରତୀୟଙ୍କ ପାଇଁ ଖୁସିର ଖବର ଆଣିଥିଲେ ମଧ୍ୟ ବିମାନ ଭଡ଼ାରେ ମାତ୍ରାଧିକ ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି । ଗୁଗୁଲ୍ ଟ୍ରାଭେଲରୁ ଜଣାଯାଇଛି ଯେ ଆସନ୍ତା ୨୬ ତାରିଖରେ ଦିଲ୍ଲୀରୁ ଲଣ୍ଡନକୁ ବିମାନ ଭଡ଼ା ୩ ଲକ୍ଷ ୯୫ହଜାର ଟଙ୍କା ରହିଛି । ଏୟାର ଇଣ୍ଡିଆ, ଏୟାର ଭିସ୍ତାରା ଆଦି ଏୟାରଲାଇନ୍ସରେ ମଧ୍ୟ ଭଡ଼ା ୧ ଲକ୍ଷ ୨୦ ହଜାର ଟଙ୍କାରୁ ୨ ଲକ୍ଷ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଛି । ଉଲ୍ଲେଖଯୋଗ୍ୟ ଯେ ଆମେରିକାରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବିଶ୍ୱବିଦ୍ୟାଳୟ ଖୋଲୁଛି । ଆମେରିକା କିନ୍ତୁ ଯାତ୍ରୀଙ୍କ ପାଇଁ କରୋନା କଟକଣା ନିୟମକୁ କୋହଳ କରିନଥିଲେ ମଧ୍ୟ ପାଠ ପଢ଼ିବା ପାଇଁ ଅନେକ ଭାରତୀୟ ଛାତ୍ରଛାତ୍ରୀ ଆମେରିକା ଯିବାକୁ ବାହାରିଛନ୍ତି । ଏଥିପାଇଁ ଆମେରିକାକୁ ମଧ୍ୟ ବିମାନ ଭଡ଼ା ବଢ଼ିଛି ବୋଲି କୁହାଯାଉଛି ।

Leave a Reply

%d bloggers like this: