କୋଭାକ୍ସିନ ଓ କୋଭିସିଲ୍ଡର ମିକ୍ସ ଡୋଜ୍‌କୁ ମିଶାଇ ନେବା କେତେ ସୁରକ୍ଷିତ ?

କୋଭାକ୍ସିନ ଓ କୋଭିସିଲ୍ଡର ମିକ୍ସ ଡୋଜ୍‌କୁ ମିଶାଇ ନେବା କେତେ ସୁରକ୍ଷିତ ?

କୋଭାକ୍ସିନ ଓ କୋଭିସିଲ୍ଡର ମିକ୍ସ ଡୋଜ୍‌କୁ ମିଶାଇ ନେବା କେତେ ସୁରକ୍ଷିତ ?

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୮ : ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଛି ମହାମାରୀ କରୋନା । ସଂକ୍ରମଣରେ ଲାଗୁନି ବ୍ରେକ୍ । ସାରା ଦୁନିଆରେ ବ୍ୟାପିବାରେ ଲାଗିଥିବା ସଂକ୍ରମଣ ଉପରେ ବ୍ରେକ୍ ଲଗାଇବା ପାଇଁ ସବୁ ଦେଶ ଟିକାକରଣକୁ ଜୋରଦାର କରୁଛନ୍ତି । ଟିକାକରଣକୁ ନେଇ ବିଭିନ୍ନ ପ୍ରକାରର ପରୀକ୍ଷଣ କରାଯାଉଛି । କ’ଣ ଆପଣ ଜାଣିଛନ୍ତି କି ଯଦି ଜଣେ ବ୍ୟକ୍ତି ପ୍ରଥମେ କୋଭାକ୍ସିନ୍‌ର ଫାଷ୍ଟ ଡୋଜ୍ ନେଇଥାଏ ଏବଂ ଏହାପରେ କୋଭିସିଲ୍ଡର ସେକେଣ୍ଡ ଡୋଜ୍ ନେବ ତେବେ କ’ଣ ହେବ ? କ’ଣ ଭ୍ୟାକ୍ସିନ ଡୋଜ୍‌କୁ ମିଶାଇ ନେବା ସୁରକ୍ଷିତ ହେବ ? ତେବେ ଏଭଳି କିଛି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି ଆଇସିଏମଆର । ଭାରତରେ ଦୁଇଟି ଭିନ୍ନ ଭିନ୍ନ କମ୍ପାନୀର ଟିକା ଡୋଜ୍‌କୁ ନେଇ ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣରେ କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରତ ଡୋଜ୍ ନେଉଥିବା ଲୋକମାନଙ୍କ ଉପରେ ପ୍ରଭାବୀ ସାବ୍ୟସ୍ତ ହୋଇଛି ।

ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଦ୍ୱାରା ଏହି ପରୀକ୍ଷଣ କରାଯାଇଛି । ଡ୍ରଗ୍ କଣ୍ଟୋଲ୍ ଅଫ୍ ଇଣ୍ଡିଆର ଏକ ବିଶେଷଜ୍ଞ ପ୍ୟାନେଲ୍ କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରିତ ଡୋଜ୍‌କୁ ନେଇ ପରୀକ୍ଷଣ କରିବାକୁ ସୁପାରିଶ କରିଥିଲେ । ଏହି ଅଧ୍ୟୟନରୁ ଜଣାପଡ଼ିଛି ଦୁଇଟି ଭିନ୍ନ କମ୍ପାନୀର ଭ୍ୟାକ୍ସିନର ଡୋଜ୍ ମିଶ୍ରିତ କରି ନେଇଥିବା ବ୍ୟକ୍ତି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି । ଏ ପର୍ଯ୍ୟନ୍ତ କୈାଣସି ପାଶ୍ୱର୍ ପ୍ରତିକ୍ରିୟା ମାମଲା ସାମନାକୁ ଆସିନାହିଁ ।

ଉତ୍ତରପ୍ରଦେଶର ଜଣେ ବ୍ୟକ୍ତିକୁ ଭୁଲବଶତଃ ଦୁଇଟି ଭିନ୍ନ ଭିନ୍ନ ଭ୍ୟାକ୍ସିନ ଦିଆଯାଇଥିଲା । ପ୍ରଶାସନ ଉକ୍ତ ବ୍ୟକ୍ତି ଉପରେ ନଜର ରଖିଥିଲା । ତେବେ ଉକ୍ତ ବ୍ୟକ୍ତିଙ୍କ ଶରୀରରେ କୈାଣସି ପାଶ୍ୱର୍ ପ୍ରତିକ୍ରୟା ଦେଖିବାକୁ ମିଳିନଥିଲା ।

Leave a Reply

%d bloggers like this: