ରାଜଧାନୀର ରାଜରାସ୍ତାରେ ହାଇଡ୍ରାମା, କିନ୍ନରଙ୍କ ସାଙ୍ଗରେ ଅଶ୍ଳୀଳ ବ୍ୟବହାର କରି ଭୁଲ୍ ମାଗିଲେ ଯୁବକ

ରାଜଧାନୀର ରାଜରାସ୍ତାରେ ହାଇଡ୍ରାମା, କିନ୍ନରଙ୍କ ସାଙ୍ଗରେ ଅଶ୍ଳୀଳ ବ୍ୟବହାର କରି ଭୁଲ୍ ମାଗିଲେ ଯୁବକ

ରାଜଧାନୀର ରାଜରାସ୍ତାରେ ହାଇଡ୍ରାମା, କିନ୍ନରଙ୍କ ସାଙ୍ଗରେ ଅଶ୍ଳୀଳ ବ୍ୟବହାର କରି ଭୁଲ୍ ମାଗିଲେ ଯୁବକ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୮ : ରାଜଧାନୀ ରାଜରାସ୍ତାରେ ଚାଲିଛି ହାଇଡ୍ରାମା । କିନ୍ନରମାନଙ୍କ ଗୋଡ଼ ଧରି ଭୁଲ୍ ମାଗିଛନ୍ତି ଜଣେ କ୍ୟାବ୍ ଅଟୋ ଚାଳକ । ବାରମ୍ବାର ଭୁଲ ହୋଇଯାଇଛି ବୋଲି କହି ଗୋଡ଼ ତଳେ ପଡ଼ି ଭୁଲ ମାଗୁଛନ୍ତି ଡ୍ରାଇଭର । ବେଶ୍ କିଛି ସମୟ ରାଜଧାନୀ ରାଜରାସ୍ତାରେ ଚାଲିଲା ଏମିତି କିଛି ଡ୍ରାମା । କ୍ୟାବ୍ ଅଟୋ ଚାଳକ ଜଣକ ଚଳନ୍ତା ଗାଡି଼ରେ କିନ୍ନରଙ୍କୁ ଦୁର୍ବବ୍ୟହାର କରିବାକୁ ଚେଷ୍ଟା କରୁଥିଲେ । ଯାହାପରେ ଏମିତି ଅବସ୍ଥା ଦେଖିବାକୁ ମିଳିଛି ।

ରାଜଧାନୀର ଜୟଦେବ ବିହାର ଓଭର ବ୍ରିଜ୍ ଉପରେ ଅପରାହ୍ନ ସମୟରେ ଚାଲିଥିଲା ଏହି ଡ୍ରାମା । ଓଲା ଅଟୋ ଚଲାଉଥିବା ଏହି ଚାଳକ ଜଣକ ତାଙ୍କ ଗାଡ଼ିରେ ବସି ଯାତ୍ରା କରୁଥିବା ଜଣେ କିନ୍ନରଙ୍କୁ ଖରାପ ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ । ତାଙ୍କ ସହିତ ଅଶ୍ଳୀଳ ଆଚରଣ କରିବାକୁ ଚେଷ୍ଟା କରୁଥିଲେ । ଯାହାକୁ ବିରୋଧ କରି ଏପରି ହଙ୍ଗାମା ହୋଇଥିଲା । ଅଟୋ ଚାଳକଙ୍କ ଏଭଳି ଆଚରଣ ସମ୍ପର୍କରେ ଜାଣିବା ପରେ ସେହି ବାଟ ଦେଇ ଯାଉଥିବା ଜଣେ ସମାଜସେବୀ ଅଟକି ଗଲେ । ଆଉ ପୂରା ଘଟଣା ଜାଣିବା ପରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଯାଇଥିଲେ । କାହିଁକିନା ଯଦି କିନ୍ନରମାନଙ୍କ ସହିତ ଏଭଳି ଅଶ୍ଳୀଳ ଆଚରଣ କରାଯାଉଛି ତାହେଲେ ମହିଳା ଓ ଯୁବତୀ ଏମିତି ଆଚରଣର ଶିକାର ହୋଇପାରିଛନ୍ତି । ତେଣୁ ଏଭଳି ଖରାପ ମାନସିକ ରଖୁଥିବା ଚାଳକଙ୍କୁ ସାବାଡ୍ କରିବାକୁ ସେ କିନ୍ନରଙ୍କୁ ଭୁଲ ମାଗିବାକୁ ଅଟୋ ଚାଳକଙ୍କୁ କହିଥିଲେ ।

ତେବେ ଦିନକୁ ଦିନ ଅଟୋ ଚାଳକଙ୍କ ଏଭଳି ଆଚରଣ ବଢ଼ିବଢ଼ି ଚାଲିଛି । ପ୍ରଥମେ ତ ମଦ ପି ଗାଡ଼ି ଚଲାଉଛନ୍ତି ପୁଣି ଦ୍ୱିତୀୟରେ ମଦ ନିଶାରେ ଅଶ୍ଳୀଳ ଆଚରଣ ବି କରୁଛନ୍ତି । ତେଣୁ ଏଭଳି ମାନସିକ ରଖୁଥିବା ଚାଳକଙ୍କୁ ନିହାତି ଭାବେ ଦଣ୍ଡ ମିଳିବା ଦରକାର ।

Leave a Reply

%d bloggers like this: