ରାଜଧାନୀରେ ଡେଙ୍ଗୁ ଅଣାୟତ୍ତ, ରୋଗୀ ସଂଖ୍ୟା ୮୭୭ ଛୁଇଁଲା

ରାଜଧାନୀରେ ଡେଙ୍ଗୁ ଅଣାୟତ୍ତ, ରୋଗୀ ସଂଖ୍ୟା ୮୭୭ ଛୁଇଁଲା

ରାଜଧାନୀରେ ଡେଙ୍ଗୁ ଅଣାୟତ୍ତ, ରୋଗୀ ସଂଖ୍ୟା ୮୭୭ ଛୁଇଁଲା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୮ : ରାଜଧାନୀ ଭୁବନେଶ୍ୱରରେ ଆଜି ୨୮୦୬ ଜଣ ସକ୍ରିୟ କରୋନା ସଂକ୍ରମିତ ରୋଗୀ ରହିଥିବାବେଳେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଆଜି ଆଉ ୪୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮୭୭କୁ ବୃଦ୍ଧି ପାଇଛି । ପ୍ରତିଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଏମ୍‌ସିର ସଫେଇ ଅଭିଯାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଡେଙ୍ଗୁର ନିୟନ୍ତ୍ରଣ କରିବାରେ ବିଏମ୍‌ସି ବିଫଳ ହୋଇଛି ବୋଲି ବିଜେପି ମଧ୍ୟ କ୍ରମାଗତ ଭାବେ ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛି ।

ବିଏମ୍‌ସି ପକ୍ଷରୁ ଆଜି ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୪୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜଧାନୀରେ ମୋଟ୍ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮୭୭କୁ ବୃଦ୍ଧି ପାଇଛି । ବିଏମ୍‌ସି ଅଞ୍ଚଳରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟପକ କରାଯାଉଛି । ୭୫୮୧ଟି ଘରୁ ୩୧୪୯୬ ଜଣ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ସମ୍ଭାବ୍ୟ ମଶା ବୃଦ୍ଧି ଆଶଙ୍କା ଥିବା ୨୫୮୬୭ ଟି ସ୍ଥାନରେ ସଫେଇ କରାଯାଇ ସେସବୁ ପରିଷ୍କାର କରାଯାଇଛି । ୨୫୭୭୧ ଟି ସ୍ଥାନରେ ମଶାର ଲାର୍ଭା ଚିହ୍ନଟ କରି ନଷ୍ଟ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କ୍ୟାପିଟାଲ୍ ହସ୍ପିଟାଲରେ ୨ଟି ଡେଙ୍ଗୁ ୱାର୍ଡ ଖୋଲାଯାଇଛି । ଏହାସହିତ ଡେଙ୍ଗୁ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ମାଗଣା ଟେଷ୍ଟିଂ ସୁବିଧା ମଧ୍ୟ କରାଯାଇଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

%d bloggers like this: