୩୦ ପାକିସ୍ଥାନୀ ସମେତ ୧୧୨ ତାଲିବାନ ଆତଙ୍କବାଦୀ ନିହତ

୩୦ ପାକିସ୍ଥାନୀ ସମେତ ୧୧୨ ତାଲିବାନ ଆତଙ୍କବାଦୀ ନିହତ

୩୦ ପାକିସ୍ଥାନୀ ସମେତ ୧୧୨ ତାଲିବାନ ଆତଙ୍କବାଦୀ ନିହତ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୮ : ଆଫଗାନିସ୍ଥାନର ହେଲମଣ୍ଡ ପ୍ରଦେଶରେ ତାଲିବାନ କ୍ୟାମ୍ପ ଉପରେ ଆଫଗାନ ସେନା ଆଜି ସକାଳେ ବିମାନ ଆକ୍ରମଣ କରି ୩୦ ପାକିସ୍ଥାନୀ ଅଲକାଏଦା ଆତଙ୍କବାଦୀ ସମେତ ୧୧୨ ତାଲିବାନୀଙ୍କୁ ନିପାତ କରିଛି । ବିମାନ ଆକ୍ରମଣରେ ଶତାଧିକ ତାଲିବାନ ଆତଙ୍କବାଦୀ ଆହତ ହୋଇଥିବା ଜଣାପଡ଼ିଛି । ପାକିସ୍ଥାନ ଆତଙ୍କବାଦୀମାନେ ପାକ୍ ସେନା ସହାୟତାରେ ସପ୍ତାହକ ତଳେ ଏହି ଅଞ୍ଚଳରେ ପହଞ୍ଚି ତାଲିବାନ ସହିତ ସାମିଲ ହୋଇ ଲଢ଼େଇ କରୁଥିଲେ । ଏ ବାବଦରେ ପାକିସ୍ଥାନକୁ ଆଗୁଆ ସତର୍କ କରାଇ ଦିଆଯାଇଥିଲା ଏବଂ ଆଗକୁ ମଧ୍ୟ ବିମାନ ଆକ୍ରମଣ ଜାରି ରହିବ ବୋଲି ଜଣେ ଆଫଗାନ୍ କମାଣ୍ଡର କହିଛନ୍ତି ।

ଅନ୍ୟପକ୍ଷରେ ତାଲିବାନ ମଧ୍ୟ ନିମ୍‌ରୋଜ୍ ପ୍ରଦେଶରେ ଆଫଗାନ୍ ସେନା ଉପରେ ପ୍ରଚଣ୍ଡ ଆକ୍ରମଣ କରି ଏହି ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛି । ଏହି ଅଞ୍ଚଳକୁ ଦଖଲ କରିବା ପରେ ତାଲିବାନ ଆହୁରି ଶକ୍ତିଶାଳୀ ହୋଇଛି ଏବଂ ସ୍ଥାନୀୟ ଲୋକେ ଏଣିକି ତାଲିବାନ ନିୟମ ମାନି ଚଳିବେ ବୋଲି ଆଜି ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ଆଫଗାନ ମିଳିତ ବାହିନୀର କୈାଣସି ବିମାନ ଆକ୍ରମଣ ଆମକୁ ଅଟକାଇ ପାରିବ ନାହିଁ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି ।

Leave a Reply

%d bloggers like this: