ବଦଳିଲା ଖେଳରତ୍ନ ପୁରସ୍କାର ରାଜୀବଙ୍କ ପରିବର୍ତ୍ତେ ଧ୍ୟାନଚାନ୍ଦ

ବଦଳିଲା ଖେଳରତ୍ନ ପୁରସ୍କାର ରାଜୀବଙ୍କ ପରିବତ୍ତେ ଧ୍ୟାନଚାନ୍ଦ

ବଦଳିଲା ଖେଳରତ୍ନ ପୁରସ୍କାର ରାଜୀବଙ୍କ ପରିବର୍ତ୍ତେ ଧ୍ୟାନଚାନ୍ଦ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୭ : ଦେଶର ସବୋର୍ଚ୍ଚ କ୍ରୀଡ଼ା ସମ୍ମାନ ଭାବେ ପ୍ରଦତ୍ତ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ ଏଣିକି ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’ ନାମରେ ପରିଚିତ ହେବ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରି କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀମାନଙ୍କୁ ଚକିତ କରିଦେଇଛନ୍ତି । ଭାରତୀୟ କ୍ରୀଡ଼ାର ସର୍ବଶ୍ରେଷ୍ଠ କ୍ରୀଡ଼ାବିତ୍ ମେଜର ଧ୍ୟାନଚାନ୍ଦଙ୍କୁ ଯଥାର୍ଥ ସମ୍ମାନ ସ୍ୱରୂପ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଏଥିପାଇଁ କାରଣ ଦର୍ଶାଇଥିଲେ । ଭାରତର ବିଭିନ୍ନ ପ୍ରାନ୍ତ ଓ ବର୍ଗର ନାଗରିକଙ୍କଠାରୁ ଅନୁରୋଧମାନ ଆସିବା ପରେ ସେମାନଙ୍କ ଭାବାବେଗକୁ ସମ୍ମାନ ଜଣାଇ ପୁରସ୍କାରର ନାମକୁ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’ କରାଗଲା ବୋଲି ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନକୁ ଧନରାଜ ପିଲ୍ଲେ, ସଚିନ ତେନ୍ଦୁଲକର, ବିରାଟ କୋହିଲି, ସର୍ଦାର ସିଂହ, ସାନିଆ ମିର୍ଜା, ମହେନ୍ଦ୍ର ସିଂହ ଧୋନି, ବିଶ୍ୱନାଥନ ଆନନ୍ଦ, ରାଣୀ ରାମପାଲ୍‌, ପିଭି ସିନ୍ଧୁ, ରୋହିତ ଶର୍ମା, ଗୀତ ସେଠୀ ପ୍ରମୁଖ ଜିତି ସାରିଛନ୍ତି । ଏହି ମର୍ଯ୍ୟାଦାଜନକ ପୁରସ୍କାର ବାବଦରେ ଫଳକ ଓ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ମେଜର ଧ୍ୟାନଚାନ୍ଦ ତାଙ୍କ ଖେଳ ଜୀବନରେ ୩ ଥର ଅଲମ୍ପିକ୍ସ ସ୍ୱର୍ନ ପଦକ ଜିତିଥିଲେ । ୧୯୫୬ରେ ତାଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା । ତାଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ଦେଶବ୍ୟାପୀ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି ।

Leave a Reply

%d bloggers like this: