ଦେଶରେ ସଂକ୍ରମଣ ଲଗାତାର ବଢ଼ୁଛି

ଦେଶରେ ସଂକ୍ରମଣ ଲଗାତାର ବଢ଼ୁଛି

ଦେଶରେ ସଂକ୍ରମଣ ଲଗାତାର ବଢ଼ୁଛି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୭ : ଦେଶରେ ସଂକ୍ରମଣ ଲଗାତାର ବଢ଼ିଚାଲିଛି । ଶୁକ୍ରବାର ଦେଶରେ ୪୪,୬୪୩ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ମୋଟ୍ ସଂକ୍ରମଣ ମାମଲା ୩,୧୮,୫୬,୭୫୭ରେ ପହଁଞ୍ଚିଛି । ଗତକାଲିର ସଂକ୍ରମଣ ତୁଳନାରେ ଆଜି ସଂକ୍ରମଣ ୪ ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ୟପକ୍ଷେ ୪୬୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୪,୨୬,୭୫୪ରେ ପହଁଞ୍ଚିଛି । ଆଜି ସକ୍ରିୟ ମାମଲା ସାମାନ୍ୟ ବୃଦ୍ଧି ହୋଇଛି ଏବଂ ଏହା ୪,୧୪,୧୫୯ରେ ପହଁଞ୍ଚଛି । ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୧.୩୦ ପ୍ରତିଶତ ।

ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍ ହାର ୨.୪୧ ପ୍ରତିଶତ ହାର ଏବଂ ଦୈନିକ ପଜିଟିଭ୍ ହାର ୨.୭୨ ପ୍ରତିଶତ । କେରଳ ଏବେ ପ୍ରମୁଖ କୋଭିଡ ହଟସ୍ପଟ୍‌ରେ ପରିଣତ ହୋଇଛି ଏବଂ ୧୧୭ ଜଣଙ୍କ ମୃତ୍ୟୁ ହୋଇଛି । ଗତ କିଛିଦିନ ଧରି କେରଳରେ ଦୈନିକ ସଂକ୍ରମଣ ୨୦ ହଜାରରୁ ଅଧିକ ରହୁଛି । ଆନ୍ଧ୍ରପ୍ରଦେଶରେ ୨,୧୪୫, ତାମିଲନାଡ଼ୁରେ ୧,୯୯୭, କର୍ନାଟକରେ ୧,୭୮୫ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ୯,୦୨୬ ମାମଲା ଚିହ୍ନଟ ହୋଇଛି ଏବଂ ୧୨୦ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୃତ୍ୟୁ ହାର ୧.୩୪ ପ୍ରତିଶତ । ଦେଶରେ ଏଯାବତ୍ ୪୭,୬୫,୩୩,୬୫୦ ନମୁନା ପରାକ୍ଷା ହୋଇଥିବାବେଳେ ଗୁରୁବାର କେବଳ ୧୬,୪୦,୨୮୭ ନମୁନା ପରୀକ୍ଷା ହୋଇଛି । ମୋଟ୍ ୫୭,୯୭,୮୦୮ ଡୋଜ୍ ଟିକା ଦିଆସରିଛି ।

Leave a Reply

%d bloggers like this: