ଶାଢ଼ିରେ ଓଡ଼ିଆ ହସ୍ତଶିଳ୍ପ କାରିଗରୀ

ଶାଢ଼ିରେ ଓଡ଼ିଆ ହସ୍ତଶିଳ୍ପ କାରିଗରୀ

ଶାଢ଼ିରେ ଓଡ଼ିଆ ହସ୍ତଶିଳ୍ପ କାରିଗରୀ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୭ : କେବେ ରଥଯାତ୍ରା ତ କେତେବେଳେ କୃଷ୍ନଙ୍କ ଲୀଳା, କେବେ ରଜ ଦୋଳି ତ ଆଉ କେତେବେଳେ କୁମାର ପୂର୍ନିମା । ପ୍ରତିଟି ଓଡ଼ିଆ ପର୍ବପର୍ବାଣୀର ଚରିତ୍ର, କାହାଣୀ ଓ କିମ୍ବଦନ୍ତୀକୁ ଅତି ନିଖୁଣ ଭାବେ ପଟ୍ଟଚିତ୍ର ମାଧ୍ୟମରେ ଶାଢ଼ି ଓ ପୋଷାକ ଉପରେ ଉତ୍ତାରି ଦିଅନ୍ତି ଫ୍ୟାସନ୍ ଡିଜାଇନର୍ ସସ୍ମିତା ହୋତା । ଓଡ଼ିଶାର ହସ୍ତତନ୍ତ ଉପରେ ଓଡ଼ିଆ ହସ୍ତତନ୍ତର ସୁନ୍ଦର ସମ୍ମିଶ୍ରଣ ଦେଖିବାକୁ ମିଳୁଛି ସସ୍ମିତାଙ୍କ କାରିଗରୀରେ । ଖାଲି ପର୍ବପର୍ବଣୀ ନୁହେଁ ବାଡ଼ୁଅ ପାଣି ଗାଧୁଆ, ଗୁଆ ଅନୁକୂଳ, ଦିଅ ମଙ୍ଗୁଳା, ଜାଇ ରଗଡ଼ା ଆଦି ବିବାହର ପ୍ରତିଟି ରୀତିନୀତିକୁ ସେ ପଟ୍ଟଚିତ୍ର ମାଧ୍ୟମରେ ଶାଢ଼ିରେ ଆଙ୍କି ଦିଅନ୍ତି । ଖାଲି ସେତିକି ନୁହେଁ ଭକ୍ତ ସାଲବେଗଙ୍କ ରଚିତ ‘ଆହେ ନୀଳ ଶୈଳ’ର ପଦ ଓ କାହାଣୀକୁ ମଧ୍ୟ ସେ ଶାଢ଼ିରେ ଆଙ୍କି ଲୋକପ୍ରିୟତା ହାସଲ କରିଛନ୍ତି ।

ଭୁବନେଶ୍ୱର ଝାରପଡ଼ାର ସସ୍ମିତାଙ୍କ ପିଲା ଦିନୁ ଚିତ୍ରକଳା ଓ ପୋଷାକ ଡିଜାଇନିଂରେ ଆଗ୍ରହ । ମାତ୍ର ୨ଜଣ କାରିଗରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଏବେ ‘ସ୍ପନ୍ଦିତା ବୁଟିକ୍ ୩’ରେ ପରିଣତ ହୋଇଛି ଏଠାରେ ଏବେ ୮୦ଜଣ ପଟ୍ଟଚିତ୍ର କାରିଗର କାର୍ଯ୍ୟରତ ଥିବାବେଳେ ଓଡ଼ିଶାର ୫ଟି ସ୍ଥାନରେ ସସ୍ମିତାଙ୍କର ୟୁନିଟ୍ ରହିଛି । ଖାଲି ଓଡି଼ଶା ନୁହେଁ, ବିଦେଶରେ ବି ସସ୍ମିତାଙ୍କ ଏହି କାରିଗରୀର ଲୋକପ୍ରିୟତା ରହିଛି । ସସ୍ମିତା କହିଛନ୍ତି ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ଦରବାରରେ ପୋଷାକ ରୂପରେ ଉପସ୍ଥାପିତ କରିବା ମୋର ଏକମାତ୍ର ଉଦ୍ଦେଶ୍ୟ ।

Leave a Reply

%d bloggers like this: