ଆଥଲେଟିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ନୀରଜ

ଆଥଲେଟିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ନୀରଜ

ଆଥଲେଟିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ନୀରଜ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୭ : ଭାରତରେ ଇତିହାସ ରଚିଲେ ନୀରଜ । ଅଲମ୍ପିକ୍ସରେ ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ଆଜି ସ୍ୱର୍ଣ୍ଣ ପଦକ ସ୍ୱର୍ଣ୍ଣ ଜିତିଛନ୍ତି । ୨୦୦୮ରେ ଅଭିନବ ବିନ୍ଦ୍ରାଙ୍କ ପରେ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ହରିୟାନାର ପାନିପଥରେ ଜନ୍ମିତ ନୀରଜ ଚୋପ୍ରା ୨୦୨୦ ଟୋକିଓ ଅଲମ୍ପିକ୍ସରେ ବ୍ୟକ୍ତିଗତ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶକୁ ଗୈାରବାନ୍ୱିତ କରିଛନ୍ତି । ତାଙ୍କର ଏହି ସଫଳତା ନିମନ୍ତେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ ତଥା ହରିୟାନା ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ସହ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ।

ଭାରତ ପାଇଁ ଟୋକିଓ ଅଲମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ମେଟ୍ରୋ ଟିଭି ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ।

Leave a Reply

%d bloggers like this: