ଜନସନ୍ ଆଣ୍ଡ ଜନସନ୍ ଟିକାକୁ ଭାରତ ଦେଲା ଅନୁମତି

ଜନସନ୍ ଆଣ୍ଡ ଜନସନ୍ ଟିକାକୁ ଭାରତ ଦେଲା ଅନୁମତି

ଜନସନ୍ ଆଣ୍ଡ ଜନସନ୍ ଟିକାକୁ ଭାରତ ଦେଲା ଅନୁମତି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୭ : ଦୁଇ ଦିନ ତଳେ ଜନସନ୍ ଆଣ୍ଡ ଜନସନ୍ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତୁ ମାଗିଥିଲା । ଆମେରିକା ଟିକା ଜନସନ୍ ଆଣ୍ଡ ଜନସନ୍‌କୁ ଭାରତ ସରକାର ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଏହି ଟିକାର ବିଶେଷ୍ୱତ ହେଲା ଏହା ସିଙ୍ଗଲ୍ ଡୋଜ୍ । ଏହି ଟିକାକୁ ଅନୁମୋଦନ ହେବା ପୂର୍ବରୁ ଭାରତ ସରକାର ୪ଟି ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇସାରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଭାରତରେ ବିଭିନ୍ନ ଟିକା ତିଆରି କରୁଥିବା ବାୟୋଲଜିକାଲ ଇ-ଲିମିଟେଡ ଜରିଆରେ ଏହି ଟିକା ଭାରତକୁ ଆସିବ ବୋଲି ସୂଚନା ରହିଛି । ଆମେରିକା, ବ୍ରିଟେନ ସମେତ ଅନେକ ଦେଶର ଏବେ ଏହି ଟିକା ବ୍ୟବହାର ହେଉଛି ।

ମେ ମାସର ଏକ ରିପୋର୍ଟ ଅନୁଯାୟୀ ପ୍ରଥମ ଦଫାରେ ବ୍ରିଟେନ ସରକାର ଜନସନ୍ ଆଣ୍ଡ ଜନସନ୍ ସିଙ୍ଗଲ ଡୋଜ୍ ଟିକାର ୨୦ ମିଲିୟନ ଡୋଜ୍ ମଗାଇଥିଲେ । ଏହା କରୋନା ବିରୋଧରେ ଲଢ଼େଇ କରିବାକୁ ୮୫% ସକ୍ଷମ ବୋଲି ମାନବ ପରୀକ୍ଷଣରୁ ଜଣାପଡ଼ିଛି । ତେଣୁ ସିଙ୍ଗଲି ଡୋଜ୍ କରୋନା ଟିକା ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ଅନୁମାନ କୁହାଯାଉଛି । ଜନସନ୍ ଆଣ୍ଡ ଜନସନ୍ ଟିକା ଅନ୍ୟ ଟିକା ଭଳି ଅତ୍ୟନ୍ତ କମ୍ ତାପମାତ୍ରାରେ ରଖିବାର ଆବଶ୍ୟକତା ନାହିଁ । ଏହି ଟିକା ଥରୁଟିଏ ଦିଆଯିବ । କମ୍ପାନୀ ଏହି ଟିକାରେ ଆଡେନୋଭାଇରସ୍ ବ୍ୟବହାର କରିଛି । ଏହା ଶରୀରରେ ପ୍ରବେଶ କରିବା ମାତ୍ରେ କୋଷଗୁଡ଼ିକରେ କରୋନା ଭାଇରସ୍ ପ୍ରୋଟିନ୍ ପ୍ରସ୍ତୁତ କରିବ । ଏହାଦ୍ୱାରା ଶରାରରେ ଥିବା ପ୍ରୋଟିନ୍ ପ୍ରତିରକ୍ଷା ପ୍ରଣାଳୀକୁ ସୁଦୃଢ଼ କରିବ । ଯାହାକି କରୋନା ଭାଇରସ୍ ମୁକାବିଲା କରିବାରେ ସାହାଯ୍ୟ କରିବ । ଭାରତ ପାଖରେ ଏହି ଟିକା ବ୍ୟତୀତ କୋଭାଶିଲ୍ଡ, କୋଭାକ୍ସିନ, ସ୍ପୁଟନିକ୍ ଭି ଏବଂ ମୋଡେର୍ନୋ ରହିଛି ।

ସୂଚନାଯୋଗ୍ୟ, ଦେଶରେ କରୋନା ଟିକା ନେବା ପାଇଁ ଅଧିକ ସଂଖ୍ୟାର ଲୋକ ବାକି ରହିଛନ୍ତି । ମୁଖ୍ୟତଃ ଦୁଇଟି ଟିକା ନେଲେ ଟିକାକରଣ ସମ୍ପୂର୍ନ ହେଉଥିବାରୁ ଟିକାକରଣ ପ୍ରକ୍ରିୟାକୁ ଶେଷ କରିବାରେ ଏକ ବଡ଼ ଅସ୍ତ୍ର ସାଜିବ ବୋଲି କୁହାଯାଉଛି ।

Leave a Reply

%d bloggers like this: