ଭାରତର ସବୁଠୁ ଧନୀ ଗାଁ

ଭାରତର ସବୁଠୁ ଧନୀ ଗାଁ

ଭାରତର ସବୁଠୁ ଧନୀ ଗାଁ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୬ : ଭାରତରେ ଏପରି ଏକ ଗାଁ ଅଛି, ଯାହା ଦୁନିଆର ସବୁଠୁ ଧନୀ ଗାଁ । ଏହି ଗାଁରେ ୭ ହଜାର ୬ ଶହ ଘର ଥିବାବେଳେ ୧୭ ଟି ବ୍ୟାଙ୍କ ଅଛି । ଏହି ବ୍ୟାଙ୍କଗୁଡ଼ିକରେ ଗ୍ରାମବାସୀ ବିପୁଳ ପରିମାଣର ଅର୍ଥ ମଧ୍ୟ ଜମା କରିଛନ୍ତି । ଏଠାରେ ଅଧିକାଂଶ ଲୋକ ବିଦେଶରେ ରୁହନ୍ତି ।

ଏହି ଗ୍ରାମ ଗୁଜୁରାଟ ରାଜ୍ୟର କୁଚ୍ ଜିଲ୍ଲାରେ ଏବଂ ଏହାର ନାମ ମାଧ୍‌ପର । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗାଁର ଅଧାରୁ ଅଧିକ ଲୋକ ଲଣ୍ଡନରେ ବାସ କରନ୍ତି । ୧୯୬୮ ମସିହାରେ ଲଣ୍ଡନରେ ମାଧ୍‌ପର ଭିଲେଜ ଆସୋସିଏସନ୍ ନାମକ ଏକ ସଂଗଠନ କରାଯାଇଥିଲା । ସେହିଭଳି ଗାଁରେ ମଧ୍ୟ ଏକ କାର୍ଯ୍ୟାଳୟ ଖୋଲାଯାଇଥିଲା ଯାହା ଦ୍ୱାରା ଏହା ସିଧାସଳଖ ଲଣ୍ଡନ ସହିତ ସଂଯୁକ୍ତ ହୋଇପାରିବ । ସୂଚନା ଅନୁଯାୟୀ ଏହି ଗାଁର ୧୭ ଟି ବ୍ୟାଙ୍କ ସବୁ ଜଣାଶୁଣା ବ୍ୟାଙ୍କର ଶାଖା । ଏଥିରେ ୫ ହଜାର କୋଟି ଜମା ହୋଇଛି ।

ମାଧ୍‌ପର ଲୋକଙ୍କ ବିଷୟରେ ସବୁଠୁ ବଡ଼ କଥା ହେଉଛି ଲୋକମାନେ ଗାଁଠୁ ଦୂରରେ ଥିଲେ ବି ସବୁବେଳେ ଏହି ଗାଁ ସହ ଜଡ଼ିତ ହୋଇ ରହିଥିଲେ । ମାଧ୍‌ପର ଗାଁର ଲୋକମାନେ ବିଦେଶରୁ ଟଙ୍କା ରୋଜଗାର କରି ଗାଁରେ ଜମା କରନ୍ତି । ଗାଁର ଲୋକମାନେ ଗୋଟିଏ ସ୍ଥାନରେ ସମସ୍ତ ସାମଗ୍ରୀ ପାଇବା ପାଇଁ ନିଜେ ଗାଁରେ ଏକ ସପିଂ ମଲ ନିର୍ମାଣ କରିଥିଲେ । ଏହି ଗାଁର ଲୋକମାନେ ଚାଷ ମଧ୍ୟ କରୁଛନ୍ତି ଏଥିସହ ଏଠାରେ ଅତ୍ୟାଧୁନିକ ଗୋଶାଳା ମଧ୍ୟ ରହିଛି । ଅତ୍ୟାଧୁନିକ ସୁବିଧା ସହିତ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ଅଛି । ଗାଁର ଡାକଘରେ ୨୦୦ କୋଟି ଟଙ୍କା ଜମା ଅଛି ।

Leave a Reply

%d bloggers like this: