ଭାରତୀୟଙ୍କ ହୃଦୟ ଜିତିଲା ହକି

ଭାରତୀୟଙ୍କ ହୃଦୟ ଜିତିଲା ହକି

ଭାରତୀୟଙ୍କ ହୃଦୟ ଜିତିଲା ହକି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୬ : ଭାରତୀୟଙ୍କ ହୃଦୟରେ ଯେ ହକିର ସ୍ୱତନ୍ତ୍ର ସ୍ଥାନ ରହିଛି ତାହା ଭାରତୀୟ ଦଳ ଟୋକିଓ ଅଲମ୍ପିକ୍ସରେ କାଂସ୍ୟ ପଦକ ଜିତିବା ପୁଣି ଥରେ ପ୍ରମାଣିତ ହୋଇଛି । ଗତକାଲି ଏହି ଶୁଭ ଖବର ମିଳିବା ପରେ ସମଗ୍ର ଦେଶ ଉତ୍ସବମୁଖର ହୋଇଯାଇଥିଲା । ଖେଳାଳିଙ୍କ ମାତା-ପିତା, ସାଙ୍ଗ ସାଥୀ ଓ ବନ୍ଧୁ ପରିବାରଙ୍କ ଆଖିରେ ଲୁହ ଭରିଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ ଭାରତୀୟ ଅଧିନାୟକ ମନପ୍ରୀତ ସିଂଙ୍କ ସହ କଥା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭାରତୀୟ ହକି ଦଳ ପାଇଁ ସମଗ୍ର ଦେଶ ଅତ୍ୟନ୍ତ ଗର୍ବିତ ବୋଲି କହିଥିଲେ । ଓଡ଼ିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ଖେଳାଳିଙ୍କ ସହ କଥା ହୋଇ ଚଳିତ ମାସ ୧୬ ତାରିଖରେ ଓଡ଼ିଶା ଆସିବାକୁ ଭାରତୀୟ ଦଳକୁ ନିମନ୍ତ୍ରଣ କରିଥିଲେ ।

ବ୍ୟାଟ୍ସମ୍ୟାନ୍ ଗୈାତମ ଗମ୍ଭୀର ଦେଇଥିବା ମନ୍ତବ୍ୟ କିନ୍ତୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । “୧୯୮୩, ୨୦୦୭, ୨୦୧୧ ବିଶ୍ୱକପ୍‌କୁ ଭୁଲିଯାଆନ୍ତୁ । ଏହି ପଦକ ଯେ କୈାଣସି ବିଶ୍ୱକପ୍‌ଠାରୁ ବଡ଼ । ଏହା କେବଳ ହକି ହିଁ ହୋଇପାରେ” ବୋଲି ସେ କହିଥିଲେ । ସୁରେଶ ରାଇନା, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ଈଶାନ୍ତ ଶର୍ମା, ଭେଙ୍କଟେଶ ପ୍ରସାଦ, ମହମ୍ମଦ ଆଝାରୁଦ୍ଦିନ, ବିସିସିଆଇ, କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ଭାରତୀୟ ଦଳକୁ ଟ୍ୱିଟ୍ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କଳିଙ୍ଗ ଷ୍ଟାଡିୟମ୍‌ରେ ମିଠା ବାଣ୍ଟି ଖୁସି ମନାଇଛନ୍ତି ।

Leave a Reply

%d bloggers like this: