ସେମି ଫାଇନାଲରେ ହାରିଲେ ବଜରଙ୍ଗ ପୁନିଆ, ଏବେ ବ୍ରୋଞ୍ଚ ପାଇଁ ଲଢ଼ିବେ

ସେମି ଫାଇନାଲରେ ହାରିଲେ ବଜରଙ୍ଗ ପୁନିଆ, ଏବେ ବ୍ରୋଞ୍ଚ ପାଇଁ ଲଢ଼ିବେ

ସେମି ଫାଇନାଲରେ ହାରିଲେ ବଜରଙ୍ଗ ପୁନିଆ, ଏବେ ବ୍ରୋଞ୍ଚ ପାଇଁ ଲଢ଼ିବେ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୬ : ଟୋକିଓ ଅଲମ୍ପିକ୍‌ର ରେସଲିଂ ମ୍ୟାଚ୍‌ରେ ଭାରତର ସ୍ୱର୍ନ କିମ୍ବା ରୈାପ୍ୟ ପଦକ ପାଇବାର ଆଶା ଭାଙ୍ଗିଯାଇଛି । ସେମିଫାଇନାଲରେ ରେସଲର ବଜରଙ୍ଗ ପୁନିଆ ହାରିଯାଇଛନ୍ତି । ତାଙ୍କୁ ଅଜରବୈଜାନର କୁସ୍ତିଯାଦ୍ଧା ହାଜି ଅଲିୟେଭ ହରାଇଛନ୍ତି । ଏହି ପରାଜୟ ପରେ ପୁନିଆଙ୍କୁ ବ୍ରୋଞ୍ଚ ମେଡାଲ ଜିତିବା ପାଇଁ ଆଉ ଏକ ମୁକାବିଲା ଲଢ଼ିବାକୁ ହେବ । ବୋଞ୍ଚ ପାଇବାକୁ ହେଲେ ବଜରଙ୍ଗକୁ ରୁଷର ରେସଲରଙ୍କୁ ହରାଇବାକୁ ପଡ଼ିବ । ପୁନିଆଙ୍କୁ ୬୫ କିଲୋ ବର୍ଗରେ ସେମିଫାଇନାଲରେ ବର୍ତ୍ତମାନର ଅଲମ୍ପିକ୍ ମେଡାଲିଷ୍ଟ ଓ ତିନିଥରର ୱାର୍ଲ୍ଡ ଚାମ୍ପିଆନ୍ ଅଜରବେଜାନର ହାଜି ଅଲିୟେଭ ୫-୧୨ରେ ହରାଇଛନ୍ତି । ଏହା ପୂର୍ବରୁ ବଜରଙ୍ଗ ୨ ବର୍ଷ ପୂର୍ବେ ପ୍ରୋ ରେସଲିଂ ଲିଗ୍‌ରେ ଅଲିୟେଭଙ୍କୁ ହରାଇଥିଲେ ।

ପୁନିଆ ଏହା ପୂର୍ବରୁ ନିଜର ପ୍ରି-କ୍ୱାଟର ଫାଇନାଲ ମୁକାବିଲାରେ କିର୍ଗିସ୍ତାନର ରେସଲରଙ୍କୁ ହରାଇଥିଲେ । ଏହାପରେ କ୍ୱାର୍ଟର ଫାଇନାଲରେ ଇରାନର ରେସଲରଙ୍କୁ କରିଥିଲେ ଚିତ୍ । ଭାରତର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଟୋକିଓ ଅଲମ୍ପିକ୍ସର ପୁରୁଷ ଫ୍ରିଷ୍ଟାଇଲ୍ ୬୫ କେଜି ବର୍ଗର ସେମି ଫାଇନାଲରେ ଇରାନର ମୋର୍ଟେଜା ଗିଆସିଙ୍କୁ ପରାସ୍ତ କରି ସେମିକୁ ଯାଇଥିଲେ ।

Leave a Reply

%d bloggers like this: