୧୬ରୁ ଖୋଲିବ ଶ୍ରୀମନ୍ଦିର

୧୬ରୁ ଖୋଲିବ ଶ୍ରୀମନ୍ଦିର

୧୬ରୁ ଖୋଲିବ ଶ୍ରୀମନ୍ଦିର
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୫ : ଖୋଲିବ ଶ୍ରୀମନ୍ଦିର । ଅଗଷ୍ଟ ୧୬ରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ୪ ମାସ ପରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । କୋଭିଡ୍ କଟକଣା ଭିତରେ ପ୍ରଥମେ ପୁରୀବାସୀ ଓ ପରେ ଜିଲ୍ଲା ବାହାର ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ । ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ । ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କୋଭିଡ୍ ଆର୍‌ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଅବା କୋଭିଡ୍ ଟିକାର ଦୁଇଟି ଡୋଜ୍ ନେଇଥିବା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ଯେକୈାଣସି ଗୋଟିଏ ରିପୋର୍ଟ ଦେଖାଇ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇପାରିବେ ଏବଂ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ଅନ୍ୟପଟେ ଶ୍ରୀମନ୍ଦିରରେ ଦୀପ ଲଗାଇବାରେ କଟକଣା ରଖାଯାଇଛି । ଭକ୍ତ ଆନନ୍ଦବଜାର ଯାଇ ମହାପ୍ରସାଦ କିଣିପାରିବେ, କିନ୍ତୁ ମହାପ୍ରସାଦ ସେବନରେ କଟକଣା ଲଗାଯାଇଛି । ୪ ସପ୍ତାହର ସ୍ଥିତି ଅନୁଧ୍ୟାନ ପରେ ପୁନର୍ବାର ବୈଠକ ଡାକି କଟକଣାରେ ପରିବର୍ତ୍ତନ ଉପରେ ନିଷ୍ପତି ନିଆଯିବ ବୋଲି ଡ. କୁମାର କହିଛନ୍ତି । ଅଗଷ୍ଟ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ଏଥିପାଇଁ ଡୋର୍ ଟୁ ଡୋର୍ ସର୍ଭେ ଆରମ୍ଭ ହେବ ବୋଲି ଡ. କୁମାର କହିଛନ୍ତି ।

Leave a Reply

%d bloggers like this: