ବିଚ୍ ରାସ୍ତାରେ ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ

ବିଚ୍ ରାସ୍ତାରେ ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ

ବିଚ୍ ରାସ୍ତାରେ ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୫ : ଛତ୍ରପୁର ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ପତ୍ନୀଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଦେଇଛନ୍ତି । ଗ୍ରାମବାସୀମାନେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ସ୍ଥାନାନ୍ତର କରାଯାଇଛି ।

ଏହିଭଳି ଅପରାଧ ଘଟାଇଥିବା ବ୍ୟକ୍ତି ଜଣକ ହେଲେ ବି.ମୁକୋଡୁ । ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ମୁକୋଡୁଙ୍କର ପତ୍ନୀ ଏରାମ୍ମାଙ୍କ ସହ ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ମିଳିଥିବା ସୂଚନାଅନୁସାରେ ପ୍ରାୟ ଏକବର୍ଷ ହେଲା ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୈାଣସି କାରଣରୁ ଝଗଡ଼ା ଲାଗିଆସୁଛି । ଏଥିପାଇଁ ପତ୍ନୀ ପିଲାମାନଙ୍କୁ ନେଇ ବାପଘରେ ରହୁଥିଲେ । ଆଜି ଏରମ୍ମା ବାହାରକୁ ଯାଇଥିବାବେଳେ ମୁକୋଡୁ ଯୋଜନାବଦ୍ଧଭାବେ ଏରମ୍ମାଙ୍କୁ ଜିଅନ୍ତା ପୋଡ଼ି ମାରିବାପାଇଁ ପେଟ୍ରୋଲ୍ ଧରି ଜଗି ରହିଥିଲା । ଏରମ୍ମା ଆସିବା ପରେ ତାଙ୍କୁ ଜିଅନ୍ତା ପୋଡ଼ିଦେଇଥିଲା ।

ଘଟଣା ସମ୍ପର୍କରେ ସୂଚନା ପାଇ ଅଭିଯୁକ୍ତ ସ୍ୱାମୀ ବି.ମୁକୋଡୁକୁ ଥାନାରେ ଅଟକ ରଖାଯାଇଥିବା ବେଳେ ଏରମ୍ମାଙ୍କ ପିତା ଜି.ଏରେୟା ସାମୁଦ୍ରିକ ଥାନାରେ ଘଟଣା ସମ୍ପର୍କରେ ଏକ ଅଭିଯୋଗ ଦାଖଲ କରିଛନ୍ତି ।

Leave a Reply

%d bloggers like this: