ଦେଶରେ ଟିକାକରଣ ୪୮ କୋଟି ଟପିଲା

ଦେଶରେ ଟିକାକରଣ ୪୮ କୋଟି ଟପିଲା

ଦେଶରେ ଟିକାକରଣ ୪୮ କୋଟି ଟପିଲା
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୫ : ଦେଶରେ ଟିକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି ଏବଂ ଗତକାଲି ସନ୍ଧ୍ୟା ସୁଦ୍ଧା ଏହା ୪୮ କୋଟି ଟପିଛି । ମଙ୍ଗଳବାର ସନ୍ଧ୍ୟା ୭ଟା ସୁଦ୍ଧା ଦେଶରେ ମୋଟ୍ ୪୮୪,୧୮୧,୬୭୬ ଡୋଜ୍ ଟିକା ଦିଆଯାଇଛି । ଗତକାଲି ଦିନକରେ ୫,୧୫୧,୮୯୧ ଡୋଜ୍ ଟିକା ଦିଆଯାଇଛି । ଉତ୍ତରପ୍ରଦେଶରେ ଗତକାଲି ୨୦ଲକ୍ଷରୁ ଅଧିକ ଟିକାକରଣ କରିଛି । ଗତକାଲି ୧୮-୪୫ ବର୍ଷ ମଧ୍ୟରେ ୨,୯୪୩,୮୮୯ ଜଣ ପ୍ରଥମ ଡୋଜ୍ ନେଇଥିବାବେଳେ ୩୮୭,୦୭୬ ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ତେବେ ସମଗ୍ର ଦେଶରେ ଏହି ବୟସ ସୀମା ମଧ୍ୟରେ ମୋଟ୍ ୧୬୩,୪୮୫,୪୨୨ ଜଣ ପ୍ରଥମ ଡୋଜ୍ ନେଇଛନ୍ତି ଏବଂ ୯,୮୨୩,୨୦୪ ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ୧୮-୪୫ ବର୍ଷ ମଧ୍ୟରେ ୧୦ ନିୟୁତରୁ ଅଧିକ ଡୋଜ୍ ଦିଆଯାଇଛି ।

ଅନ୍ୟପକ୍ଷେ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଦିଲ୍ଲୀ, ହରିୟାଣା, ଝାଡ଼ଖଣ୍ଡ, କେରଳ, ତେଲେଙ୍ଗାନା, ହିମାଚଳପ୍ରଦେଶ, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ୧୮-୪୫ ବର୍ଷ ମଧ୍ୟରେ ୧୦ଲକ୍ଷରୁ ଅଧିକ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି । ମଙ୍ଗଳବାର ରାତି ସୁଦ୍ଧା ଦେଶରେ ମୋଟ୍ ୩୭ କୋଟି ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ୪୮୪, ୧୮୧, ୬୭୬ ଡୋଜ୍ ଦିଆଯାଇଛି । ଅଗଷ୍ଟ ୩ ପର୍ଯ୍ୟନ୍ତ ୧୦ କୋଟି ୯୦ଲକ୍ଷରୁ ଅଧିକ ଲୋକ କେବଳ ପ୍ରଥମ ଡୋଜ୍ ନେଇଛନ୍ତି ବୋଲି କେନ୍ଦ୍ର ସ୍ୱ୍ୟସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି ।

Leave a Reply

%d bloggers like this: