ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ, ନିୟମ ନ ମାନିଲେ ପୁଣି ସମ୍ପୂର୍ନ ଲକ୍‌ଡାଉନ୍‌

ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନିୟମ ନ ମାନିଲେ ପୁଣି ସମ୍ପୂର୍ନ ଲକ୍‌ଡାଉନ୍‌

ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ
ନିୟମ ନ ମାନିଲେ ପୁଣି ସମ୍ପୂର୍ନ ଲକ୍‌ଡାଉନ୍‌

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୫ : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ଅଗଷ୍ଟ ପହିଲାରୁ ସାରା ରାଜ୍ୟରେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ହେଲେ ବିଶ୍ୱର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାକୁ ଲାଗିଛି । ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ଯେ ଯଦି କୋଭିଡ୍ ନିୟମକୁ ଲୋକମାନେ ଠିକ୍ ଭାବେ ପାଳନ ନ କରିବେ, ତେବେ ପୁଣି ଥରେ ସଂପୂର୍ନ ଲକ୍‌ଡାଉନ୍ ଘୋଷଣା ହେବ ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି ଯେ ତୃତୀୟ ଲହର ସମ୍ପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ଯଦି ସରକାର ଅନୁଭବ କରନ୍ତି ଯେ ଲୋକମାନେ କୋଭିଡ୍ ନିୟମକୁ ଠିକ୍ ଭାବେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ ସଂପୂର୍ନ ଲକ୍‌ଡାଉନ୍ ଘୋଷଣା କରିବାକୁ ସରକାର ବାଧ୍ୟ ହେବେ ।

ଦ୍ୱିତୀୟ ଲହରର ମୁକାବିଲାରେ ଜନସାଧାରଣ ଯେପରି ପ୍ରଶାସନକୁ ସାହାର୍ଯ୍ୟ ଓ ସହଯୋଗ ଯୋଗାଇ ଦେଲେ, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ଏବେ ନିଷ୍ପତି ଆପଣମାନଙ୍କ ହାତରେ । ଜୀବନ ଅମୂଲ୍ୟ । ଆମର ଦାୟିତ୍ୱପୂର୍ନ ବ୍ୟବହାର ହିଁ ତୃତୀୟ ଲହରକୁ ରୋକିପାରିବ । ମୁଖ୍ୟମନ୍ତ୍ରୀ ଶେଷରେ କହିଥିଲେ, ‘ଆପଣଙ୍କ ପ୍ରିୟଜନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିରାପଦ ଭାବରେ ଜୀବନଜୀବିକା ଯେପରି ଆଗକୁ ବଢ଼ିଚାଲିବ ସେଥିରେ ସହଯୋଗ କରନ୍ତୁ’ ।

Leave a Reply

%d bloggers like this: