ଭଡାରେ ଲାଗିବ ପାକ୍-ପ୍ରଧାନମନ୍ତ୍ରୀଙ୍କ ବାସଭବନ, ଆର୍ଥିକ ସଙ୍କଟରେ ପାକିସ୍ତାନ

ଭଡାରେ ଲାଗିବ ପାକ୍-ପ୍ରଧାନମନ୍ତ୍ରୀଙ୍କ ବାସଭବନ, ଆର୍ଥିକ ସଙ୍କଟରେ ପାକିସ୍ତାନ

ଭଡାରେ ଲାଗିବ ପାକ୍-ପ୍ରଧାନମନ୍ତ୍ରୀଙ୍କ ବାସଭବନ, ଆର୍ଥିକ ସଙ୍କଟରେ ପାକିସ୍ତାନ

ମେଟ୍ରୋ ଟିଭି ବ୍ୟୁରୋ/ ଅଗଷ୍ଟ04 : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କର ଇସଲାମାବାଦରେ ଥିବା ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଭଡା ଲଗାଯିବ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ କିଛି ବର୍ଷ ଧରି ପାକିସ୍ତାନ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ନଇଯିବା ପୂର୍ବରୁ ପାକିସ୍ତାନର ଆର୍ଥିକ ସ୍ଥିତିକୁ କିଛି ମାତ୍ରାରେ ଦୃଡ କରିବାକୁ  ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଭଡା ଲଗାଯିବ ବୋଲି ପାକିସ୍ତାନ କ୍ୟାବିନେଟ ବୌଠକ ନିଷ୍ପତି ନେଇଥିବା ଜଣାପଡିଛି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ 2019 ରେ ଇସଲାମାବାଦରେ ଥିବା ବାସଭବନ ଖାଲି କରିଥିଲେ । ଯେତେବେଳେ ଶାସକ ଦଳ ତେହେରିକ-ପାକିସ୍ଥାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରଧାନମନ୍ତ୍ରୀଙ୍କ ଘରକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ  ଘୋଷଣା କରିଥିଲା। ତେବେ ବର୍ତ୍ତମାନ ଇମ୍ରାନ ଖାଁ ତାଙ୍କ ବାନି ଗାଲା ନିବାସରେ ରହୁଥିବା ବେଳେ କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବ୍ୟବହାର କରୁଛନ୍ତି ।

ସାମା ଟିଭିର ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ସମ୍ପତ୍ତି ଭଡା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକଙ୍କୁ ବାସଭବନ ପରିସର ମଧ୍ୟରେ ସାଂସ୍କୃତିକ, ଫ୍ୟାଶନ୍, ଶିକ୍ଷାଗତ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ ଆଦି କରିବାକୁ ଅନୁମତି ଦେବାପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଏହା ସହ ପ୍ରଧାନମନ୍ତ୍ରୀ ଗୃହର ଶୃଙ୍ଖଳା ଏବଂ ଶୋଭାଯାତ୍ରା ଯେପରି ଉଲ୍ଲଂଘନ ନହୁଏ ସେଥିପାଇଁ ଦୁଇଟି କମିଟି ଗଠନ କରାଯିବ ବୋଲି ନିଦ୍ଧିଷ୍ଟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି ।

Leave a Reply

%d bloggers like this: