ମାପଚୁପ ରହୁନି ରାଜ୍ୟରେ ସଂକ୍ରମଣ ହାର, ଆଜି ୧୩୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ମାପଚୁପ ରହୁନି ରାଜ୍ୟରେ ସଂକ୍ରମଣ ହାର, ଆଜି ୧୩୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ମାପଚୁପ ରହୁନି ରାଜ୍ୟରେ ସଂକ୍ରମଣ ହାର, ଆଜି ୧୩୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ  

ରାଜ୍ୟରେ କରୋନା ସଂକ୍ରମଣ ହାରର ରହୁନି ମାପଚୁପ । କେତେବେଳେ ରାଜ୍ୟରେ ଦୈନିକ ସଂକ୍ରମଣ କମିଯାଉଛି ତ ଆଉ କେତେବେଳେ ପୁଣି ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ ଯାହା ଏବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି । କରୋନା ଲହର ମଧ୍ୟରେ ଏପରି ଲୁଚକାଳୀ ସଂକ୍ରମଣ ସାଧାରଣ ଜନତାଙ୍କ ସହ ଖେଳୁଛି ।

ଗତକାଲି ୧୧ଶହ ଦୈନିକ ସଂକ୍ରମଣର ରହିଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି ସଂକ୍ରମଣ ହାର । ଆଜି ପୁରା ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୩୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୫୩ ଟି ସ୍ଥାନୀୟ ଲୋକଙ୍କୁ ଚିହ୍ନଟ କରାଯାଇଛି । 

ଆଜି ମଧ୍ୟ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ 413 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ 198, ପୁରୀରୁ 67, ବାଲେଶ୍ୱରରୁ 43 ଯାଜପୁରରୁ 89 ଜଣ ଅଛନ୍ତି । ସେହିପରି ଅନୁଗୋଳ ଜିଲ୍ଲାର 52 ଜଣ ଚିହ୍ନଟ ହୋଇଥିବାବେଳେ ବରଗଡ଼ରୁ 2 , ଭଦ୍ରକରୁ 49, ବଲାଙ୍ଗିରରୁ 4 , ବୌଦ୍ଧରୁ 4, ଦେବଗଡ଼ରୁ 7, ଢେଙ୍କାନାଳରୁ 18, ଗଜପତିରୁ 5, ଗଂଜାମରୁ 11, ଜଗତସିଂହପୁରରୁ 53 , କଳାହାଣ୍ଡିରୁ 4 , କନ୍ଧମାଳରୁ 4, କେନ୍ଦ୍ରାପଡ଼ାରୁ 28, କେନ୍ଦୁଝରରୁ 13, କୋରାପୁଟରୁ 6, ମାଲକାନାଗିରିରୁ 5 , ମୟୁରଭଂଜରୁ 62 , ନବରଙ୍ଗପୁରରୁ 4 , ନୟାଗଡ଼ରୁ 25,ନୂଆପଡାରୁ 6, ରାୟଗଡ଼ାରୁ 12, ସମ୍ବଲପୁରରୁ 23 , ସୋନପୁରରୁ 8 ଓ ସୁନ୍ଦରଗଡ଼ ଜିଲ୍ଲାରୁ 16 ଜଣ, ଷ୍ଟେଟଫୁଲରୁ 84 ଜଣ ଚିହ୍ନଟ ହୋଇଛନ୍ତି ।

Leave a Reply

%d bloggers like this: