ଅଲମ୍ପିକ୍ସରେ ଭାରତକୁ ଆଉ ଏକ ପଦକ, ମହିଳା ବକ୍ସିଙ୍ଗରେ ବ୍ରୋଞ୍ଜ ପଦକ ହାସଲ କଲେ ଲଭଲିନା

ଅଲମ୍ପିକ୍ସରେ ଭାରତକୁ ଆଉ ଏକ ପଦକ, ମହିଳା ବକ୍ସିଙ୍ଗରେ ବ୍ରୋଞ୍ଜ ପଦକ ହାସଲ କଲେ ଲଭଲିନା

ଅଲମ୍ପିକ୍ସରେ ଭାରତକୁ ଆଉ ଏକ ପଦକ, ମହିଳା ବକ୍ସିଙ୍ଗରେ ବ୍ରୋଞ୍ଜ ପଦକ ହାସଲ କଲେ ଲଭଲିନା

ଟୋକିଓ ଅଲମ୍ପିକ୍ସରେ ମହିଳା ବକ୍ସିଙ୍ଗର ୱେଲଟରୱେଟ୍ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଲଭଲିନା । ସେମି ଫାଇନାଲରେ ସେ ତୁର୍କୀ ବକ୍ସରଙ୍କ ଠାରୁ ହାରି ବ୍ରୋଞ୍ଜ ପଦକ ପାଇଛନ୍ତି । ତେବେ ସେମି-ଫାଇନାଲରେ ପହଞ୍ଚିଥିବା ଲଭଲିନା ପୂର୍ବରୁ ପଦକ ନିଶ୍ଚିତ କରିଥିବାବେଳେ ଆଜି ଆନୁଷ୍ଠାନିକ ଭାବେ ଭାରତ ଅଲମ୍ପିକ୍ସରେ ଆଉ ଏକ ବ୍ରୋଞ୍ଜ ହାସଲ କରିଛି । ଟୋକିଓ ଅଲମ୍ପିକ୍ସର ମହିଳା ବକ୍ସିଙ୍ଗରେ ବ୍ରୋଞ୍ଜ ପଦକ ହାସଲକୁ ନେଇ ଭାରତର ରାଷ୍ଟ୍ରପତି ଓ ଦେଶର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଟ୍ବିଟ୍ କରି ଲଭଲିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ ଫଳରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି । ବର୍ତ୍ତମାନ ଭାରତ ଗୋଟିଏ ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛି ।

ସୂଚନା ଅନୁଯାଇ, ଟୋକିଓ ଅଲମ୍ପିକ୍ସରେ ମୀରାବାଇ ଚାନୁଙ୍କୁ ରୌପ୍ୟ ମିଳିଥିବାବେଳେ ପିଭି ସିନ୍ଧୁ ଓ ଲଭଲିନା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଝିଅମାନେ ହିଁ ଟୋକିଓ ଅଲମ୍ପିକ୍ସରେ ଭାରତକୁ ମେଡ଼ାଲ ଆଣିଥିବା ବେଳେ ପୁଅ ମାନଙ୍କର ଅଲମ୍ପିକ୍ସରେ ଖାତା ଖୋଲିନି ।

Leave a Reply

%d bloggers like this: