ସାଇକଲ ଚଲାଇ ସଂସଦ ଆସିଲେ ରାହୁଲ ଗାନ୍ଧୀ, କହିଲେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାର ଉପାୟ

ସାଇକଲ ଚଲାଇ ସଂସଦ ଆସିଲେ ରାହୁଲ ଗାନ୍ଧୀ, କହିଲେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାର ଉପାୟ

ସାଇକଲ ଚଲାଇ ସଂସଦ ଆସିଲେ ରାହୁଲ ଗାନ୍ଧୀ, କହିଲେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାର ଉପାୟ

ମେଟ୍ରୋ ଟିଭି ବ୍ୟୁରୋ/ଅଗଷ୍ଟ03 : ନୂତନ ଚାଷୀ ଆଇନ ବିରୁଦ୍ଧ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ରାହୁଲ ଗାନ୍ଧୀଙ୍କର ଆଶ୍ଚର୍ଯ୍ୟଜନକ ଟ୍ରାକ୍ଟର ଚଳାଇ ସଂସଦକୁ ଯିବାର ପ୍ରାୟ ଏକ ସପ୍ତାହ ପରେ ବା ସଂସଦର ଦ୍ୱିତୀୟ ସପ୍ତାହ ମଧ୍ୟରେ ରାହୁଲ ଗାନ୍ଧୀ ମଙ୍ଗଳବାର ସକାଳେ ତେଲ ଦର ବୃଦ୍ଧି ପ୍ରସଙ୍ଗକୁ ବିରୋଧ କରି ସଂସଦରେ ସାଇକଲ ଚଳାଇ ପ୍ରତିବାଦ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରୋଧୀଦଳର ନେତାଙ୍କ ଏକ ବୈଠକ ଅନୁଷ୍ଠିତ କରି ପେଗାସସ୍ , ମହାମାରୀ ନିୟନ୍ତ୍ରଣ ଏବଂ କୃଷକଙ୍କ ଆନ୍ଦୋଳନ ଭଳି ବିଷୟରେ ଏକ ବ୍ରେକଫାଷ୍ଟ ବୈଠକ ଆୟୋଯନ କରିଛନ୍ତି ।  ଏହି ବୈଠକ ସଂସଦ ବାହାରେ ସାଇକେଲ ଯାତ୍ରା ଦ୍ବାରା ଏକ “ମୋକ୍ ସଂସଦ” କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଶ୍ରୀ ଗାନ୍ଧୀ ବିରୋଧୀ ନେତା ମାନଙ୍କୁ ନେଇ ସଂସଦ ବାହାରେ ଏକ ସାଇକଲ ଯାତ୍ରା କରିଛନ୍ତି । ଏହି ସାଇକେଲ ଯାତ୍ରା ବା ବ୍ରେକଫାଷ୍ଠ ବୈଠକରେ ରାହୁଲ ଗାନ୍ଧୀ କହିଛନ୍ତି କି “ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାର ଗୋଟିଏ ଉପାୟ ହେଉଛି ସଂସଦରେ ସାଇକେଲ ଚଳାଇବା। ଯେ ଭାରତର ଲୋକମାନେ ସଂଘର୍ଷ କରୁଛନ୍ତି

ସାଇକେଲ ଯାତ୍ରାର କିଛି ଘଣ୍ଟା ପରେ ଶ୍ରୀ ଗାନ୍ଧୀ ନିଜର ଟ୍ବିଟର ଆକାଉଣ୍ଟରେ ସାଇକେଲ ଯାତ୍ରାକୁ ନେଇ ଏକ ଟ୍ବିଟ୍ ମଧ୍ୟ କରିଛନ୍ତି ।

ଶ୍ରୀ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି ଯେ – “ଆମର ଚେହେରା କିମ୍ବା ନାମର ଆବଶ୍ୟକତା ନାହିଁ। କେବଳ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମେ ଲୋକମାନଙ୍କର ପ୍ରତିନିଧିତ୍ୱ କରୁଛୁ। ପ୍ରତ୍ୟେକ ଚେହେରାରେ କୋଟି କୋଟି ଚେହେରା ଅଛନ୍ତି ଯେଉଁମାନେ ଦରବୃଦ୍ଧିକୁ ଭୋଗୁଛନ୍ତି । ଏହା ସହ ସେ ପ୍ରଧାନମନ୍ତ୍ରୀଙ୍କ ପୋଲ୍ ପ୍ରତିଶ୍ରୁତି ବ୍ୟବହାର କରି “ୟେ ହେନ୍ ଆଚେ ଦିନ୍” ? କହି ସରକାରୀଙ୍କୁ ଆକ୍ଷେପ କରିଛନ୍ତି ।

Leave a Reply

%d bloggers like this: