ପ୍ରଥମ ଓଡ଼ିଆ ଭାବେ ବନିତାଙ୍କ ସଫଳତା, ଆବିଷ୍କାର କଲେ ଉଲକା ପିଣ୍ଡ

ପ୍ରଥମ ଓଡ଼ିଆ ଭାବେ ବନିତାଙ୍କ ସଫଳତା, ଆବିଷ୍କାର କଲେ ଉଲକା ପିଣ୍ଡ

ପ୍ରଥମ ଓଡ଼ିଆ ଭାବେ ବନିତାଙ୍କ ସଫଳତା, ଆବିଷ୍କାର କଲେ ଉଲକା ପିଣ୍ଡ
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୩ : ଉଲକା ପିଣ୍ଡ ଆବିଷ୍କାର କଲେ ନବରଙ୍ଗପୁର ଜିଲ୍ଲା ଗାଦବାଗୁଡା ସାହିର ବନିତା ଦାସ୍ । ଏହି ଉଲକାପିଣ୍ଡର ନାମକରଣ ତାଙ୍କ ନାମ ଅନୁସାରେ କରାଯିବ । ଓଡି଼ଶାର ଏକମାତ୍ର ଛାତ୍ରୀ ଓ ପ୍ରଥମ ଓଡି଼ଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ବନିତା ଦାସ । ସେ ମହାକାଶରେ ଥିବା ଏକ ଉଲକାପିଣ୍ଡକୁ ଆବିଷ୍କାର କରି ନବରଙ୍ଗପୁର ଜିଲ୍ଲାକୁ ସାରାଦେଶରେ ପରିଚୟ ଦେବାରେ ସକ୍ଷମ ହୋଇପାରିଛନ୍ତି । ଏଥିପାଇଁ ଆର୍ନ୍ତଜାତୀୟ ସ୍ତରରେ ମଧ୍ୟ ବେଶ୍ ପ୍ରଶଂସିତ ହୋଇଛନ୍ତି ବନିତା ।
ନବରଙ୍ଗପୁର ସହର ଗାଦବାଗୁଡା ସାହିର ବନବିହାରୀ ଦାସ ମହାପାତ୍ର ଓ ତୃପ୍ତୀରାଣୀ ଦାସ ମହାପାତ୍ରଙ୍କ ବଡ଼ଝିଅ ବନିତା ପିଲା ବେଳୁ ମହାକାଶ ବୈଜ୍ଞାନିକ ହେବାକୁ ଆଶା ରଖିଥିଲେ । ଏଥିପାଇଁ ଅଧ୍ୟବସାୟ ମଧ୍ୟ ଜାରି ରଖିଥିଲେ । ବାପା ବନବିହାରୀ ଦାସ ନବୋଦୟ ବିଦ୍ୟାଳୟରେ ଚାକିରୀ କରିଛନ୍ତି । ତେଣୁ ତାଙ୍କ ସାଙ୍ଗେ ବନିତା ମଧ୍ୟ ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି ।

Leave a Reply

%d bloggers like this: