ନୂଆ ପ୍ରଜାତିର ବେଙ୍ଗ ଖୋଜିପାଇଲେ ଗବେଷକ, ଡିୟୁର ପୂର୍ବତନ କୁଳପତିଙ୍କ ନାଁରେ ହେଲା ନାମକରଣ

ନୂଆ ପ୍ରଜାତିର ବେଙ୍ଗ ଖୋଜିପାଇଲେ ଗବେଷକ, ଡିୟୁର ପୂର୍ବତନ କୁଳପତିଙ୍କ ନାଁରେ ହେଲା ନାମକରଣ
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୩ : ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଗବେଷକ ଦଳ ଏକ ନୂଆ ପ୍ରଜାତିର ବେଙ୍ଗ ଖୋଜି ପାଇଛନ୍ତି । ଏହି ବେଙ୍ଗର ନାମକରଣ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ବୃକ୍ଷ ଆନୁବଂଶବିତ୍ ଦୀପକ ପେଣ୍ଟାଲଙ୍କ ନାମାନୁସାରେ କରାଯାଇଛି । ବିଶ୍ୱସ୍ତରରେ ମାନ୍ୟତାପ୍ରାପ୍ତ ପଶ୍ଚିମ ଘାଟ ଜୈବ ବିବିଧତା କ୍ଷେତ୍ରରୁ ଡିକ୍ରୋଗ୍ଲୋସିଡେ ପରିବାର ନେଇ ସୋମବାର ଡିୟୁର ବିଶେଷଜ୍ଞ ପ୍ରଫେସର ଏସ ଡି ବିଜୁ ଏବଂ ଡାକ୍ତର ସୋନାଲୀ ଗର୍ଗ କହିଛନ୍ତି ।
ଏହି ନୂଆ ପ୍ରଜାତିର ନାଁ ‘ମିନରବର୍ଯ୍ୟା ପେଣ୍ଟିଆ’ ରଖାଯାଇଛି । ଭାରତୀୟ ବେଙ୍ଗଙ୍କ ଜିନର ମିନରବର୍ଯ୍ୟା ଏକ ବଡ଼ ସମୂହ ଉପରେ ପାଖାପାଖି ୧୦ ବର୍ଷ ବ୍ୟାପକ ଅଧ୍ୟୟନ କରିବା ପରେ ଏହି ନୂଆ ପ୍ରଜାତି ସମ୍ପର୍କରେ ଜାଣିବାକୁ ମିଳିଛି ବୋଲି ମଧ୍ୟ ପ୍ରଫେସର ବିଜୁ ଏବଂ ଡାକ୍ତର ଗର୍ଗ କହିଛନ୍ତି । ନୂଆ ପ୍ରଜାତି ମିଳିବା ପରେ ସମସ୍ତ ପରୀକ୍ଷା ଯେମିତିକି ଡିଏନଏ ଏବଂ କଲିଂ ପାର୍ଟନ ଆଦି କରାଯାଇଛି ।

Leave a Reply

%d bloggers like this: