ପ୍ରକାଶ ପାଇଲା ସିବିଏସ୍‌ଇର ଦଶମ ରେଜଲ୍ଟ , ପ୍ରାୟ 99.04% ପାସହାର

ପ୍ରକାଶ ପାଇଲା ସିବିଏସ୍‌ଇର ଦଶମ ରେଜଲ୍ଟ , ପ୍ରାୟ 99.04% ସବାର୍ଧିକ ପାସହାର ରହିଛି

ମେଟ୍ରୋ ଟିଭି ବ୍ୟୁରୋ/ଅଗଷ୍ଟ3 : ଆଜି ପ୍ରକାଶ ପାଇଲା ସିବିଏସ୍‌ଇର ଦଶମ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ)ର ଦଶମ ପରୀକ୍ଷା ଫଳ ଦିନ ୧୨ଟା ବୋର୍ଡ ୱେବ୍‌ସାଇଟ୍ www. cbse.nic.in ରେ ଉପଲବ୍ଧ କରାଯାଇଛି । ଏଥି ସହ ଡିଜିଲକ୍, ଏସ୍‌ଏସ୍ ଓ ଉମଙ୍ଗ ଆପ୍ ମାଧ୍ୟମରେ ପଞ୍ଜୀକୃତ ପ୍ରାର୍ଥୀ ମଧ୍ୟ ଦଶମ ଫଳ ଜଣାପାରିବେ। ଏନେଇ ସିବିଏସ୍‌ଇ କତ୍ତୃପକ୍ଷ ସୂଚନା ଦେଇଛିନ୍ତି।

ସୂଚନା ଯୋଗ୍ୟ ଯେ କୋଭିଡ୍ ସଂକ୍ରମଣ ଯୋଗଁ ଚଳିତ ବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ୍ କରାଯାଇଥିଲା ଏବଂ ଦେଶରେ କରୋନା ସଂକ୍ରମିତ ବୃଦ୍ଧି ପାଉଥିବାରୁ ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ରଦ୍ଦ କରାଯାଇଥିଲା। ଏନେଇ ବୋର୍ଡ ପକ୍ଷରୁ ଏପ୍ରିଲ ୪ ତାରିଖରେ ଘୋଷଣା କରାଯାଇଥିଲା। ତେବେ ପ୍ରଥମଥର ପାଇଁ ସିବିଏସ୍‌ଇର ଦଶମ ରେଜଲ୍ଟ ଅଗଷ୍ଟ ମାସରେ ପ୍ରକାଶ ପାଇଛି । ଏଥିରେ ସବାର୍ଧିକ ପାସ ହାର ପ୍ରାୟ 99.04% ରହିଛି ।   

Leave a Reply

%d bloggers like this: