ସର୍ପାଘାତ ମୃତ୍ୟୁରେ ମିଳେ ୪ ଲକ୍ଷ, ୩୦% ଲୋକ ବି ପାଉନାହାନ୍ତି ଅନୁକମ୍ପା ରାଶି

ସର୍ପାଘାତ ମୃତ୍ୟୁରେ ମିଳେ ୪ ଲକ୍ଷ, ୩୦% ଲୋକ ବି ପାଉନାହାନ୍ତି ଅନୁକମ୍ପା ରାଶି

ସର୍ପାଘାତ ମୃତ୍ୟୁରେ ମିଳେ ୪ ଲକ୍ଷ
୩୦% ଲୋକ ବି ପାଉନାହାନ୍ତି ଅନୁକମ୍ପା ରାଶି
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୩ : ସର୍ପାଘାତରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଏ ସମ୍ପର୍କରେ ସଚେତନତାର ଅଭାବ । ପ୍ରମାଣପତ୍ର ଯୋଗାଡ଼ କରିବାରେ ସମସ୍ୟା ଇତ୍ୟାଦି କାରଣରୁ ଅଧିକାଂଶ ପରିବାର ସହାୟତା ରାଶିରୁ ବଞ୍ଚିତ ହୋଇଛନ୍ତି । ତେଣୁ ଯେଉଁ ଅନୁଯାୟୀ ସର୍ପାଘାତ ମୃତ୍ୟୁକୁ ନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜ୍ଜୁ ହେଉଛି, ସେହି ଅନୁଯାୟୀ ଲୋକ ଅନୁକମ୍ପା ରାଶି ପାଇପାରୁନାହାନ୍ତି । ସାଧାରଣ ଭାବେ ବର୍ଷା ଦିନେ ସାପ କାମୁଡ଼ାରେ ଅଧିକ ଲୋକଙ୍କ ପ୍ରାଣ ଯାଉଛି । ସମୟ ଅନୁସାରେ ଉପଯୁକ୍ତ ଚିକିତ୍ସାର ଅଭାବ ଓ ଗୁଣି ଗାରେଡ଼ି ଉପରେ ଭରସା କରି ଅନେକ ଲୋକ ଆଖି ବୁଜୁଛନ୍ତି ।

ହାରାହାରି ଭାବେ ପ୍ରତିବର୍ଷ ରାଜ୍ୟରେ ୩ ହଜାରରୁ ଅଧିକ ଲୋକ ସାପ କାମୁଡ଼ାରେ ପ୍ରାଣ ହରାଉଛନ୍ତି । ତଥ୍ୟ ଅନୁଯାୟୀ ତିନି ଶହରୁ ଅଧିକ ସାପ କାମୁଡ଼ା ଜନିତ ମୃତ୍ୟୁକୁ ନେଇ ଅପମୃତ୍ୟୁ ମାମାଲା ରୁଜ୍ଜୁ ହୋଇଛି । ସାପ କାମୁଡ଼ାରେ ସରକାରୀ ଡାକ୍ତରଖାନାକୁ ଯାଇ ଚିକିତ୍ସା ହେବା, ମୃତ୍ୟୁ ହେଲେ ଆନୁସାଙ୍ଗିକ ପ୍ରମାଣପତ୍ର ଯୋଗାଡ଼ କରିବା ଏବଂ ଏ ଦିଗରେ ସଚେତନତା ସୃଷ୍ଟି କରାଯାଇ ପାରିଲେ ସରକାରଙ୍କ ଏହି ଯୋଜନାରେ ଅନେକ ଲୋକ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ କରିଛନ୍ତି ।

Leave a Reply

%d bloggers like this: