ୟୁଜିସି ଦ୍ୱାରା ଦେଶର ୨୪ଟି ବିଶ୍ୱବିଦ୍ୟାଳୟକୁ ନକଲି ଘୋଷଣା, ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ୟୁଜିସି ଦ୍ୱାରା ଦେଶର ୨୪ଟି ବିଶ୍ୱବିଦ୍ୟାଳୟକୁ ନକଲି ଘୋଷଣା, ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ୟୁଜିସି ଦ୍ୱାରା ଦେଶର ୨୪ଟି ବିଶ୍ୱବିଦ୍ୟାଳୟକୁ ନକଲି ଘୋଷଣା, ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ୟୁଜିସି ଦ୍ୱାରା ୨୪ ଟି ବିଶ୍ୱବିଦ୍ୟାଳୟକୁ ନକଲି ଘୋଷଣା, ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମେଟ୍ରୋ ଟିଭି ବ୍ୟୁରୋ/ଅଗଷ୍ଟ03 : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ଦେଶର ୨୪ଟି ବିଶ୍ୱବିଦ୍ୟାଳୟକୁ ନକଲି ଘୋଷଣା କରାଯାଇଛି । ନକଲି ଘୋଷିତ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରୁ ଦୁଇଟି ଓଡିଶାର ବିଶ୍ୱବିଦ୍ୟାଳୟ ହୋଇଥିବା ଜଣାପଡିଛି ।  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଛାତ୍ର, ଅଭିଭାବକ ଏବଂ ସାଧାରଣ ଜନତାଙ୍କ ଅଭିଯୋଗ ଏବଂ କିଛି ଇଲେକ୍ଟ୍ରୋନିକ୍ ଓ ପ୍ରିଣ୍ଟ ମିଡିଆ ସୂଚନା ପରେ ଏହି ପଦକ୍ଷେପ ନିଆଯାଇଛି ।

ତେବେ ଚିହ୍ନଟ ହୋଇଥିବା ଏହି ୨୪ଟି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଉତ୍ତରପ୍ରଦେଶରୁ ସର୍ବାଧିକ ୧୬ ଟି ହୋଇଥିବା ବେଳେ ଦିଲ୍ଲୀରେ ୭ ଟି,ପଶ୍ଚିମବଙ୍ଗ ଏବଂ ଓଡିଶାରେ ଦୁଇଟି ଲେଖାଏଁ ନକଲି ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଇଛି । ଏହା ସହ କର୍ଣ୍ଣାଟକ,କେରଳ,ମହାରାଷ୍ଟ୍ର,ପୁଡୁଚେରିରେ ଗୋଟିଏ ଲେଖାଏଁ ନକଲି ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଇଛି ।

ନକଲି ଘୋଷିତ ହୋଇଥିବା ବିଶ୍ୱବିଦ୍ୟାଳୟ ଗୁଡିକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି  ଯେ ଜାତୀୟ ହିନ୍ଦୀ ଏବଂ ଇଂରାଜୀ ଖବରକାଗଜରେ ନକଲି ବିଶ୍ୱବିଦ୍ୟାଳୟ ଗୁଡିକର ତାଲିକା ବିଷୟରେ ସର୍ବସାଧାରଣ ବିଜ୍ଞପ୍ତି ଜାରି କରାଯିବ ସହ ଆୟୋଗ ସେମାନଙ୍କ ଅଧୀନରେ ଥିବା ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ସଚିବ, ଶିକ୍ଷା ସଚିବ ଏବଂ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି।

Leave a Reply

%d bloggers like this: