ସେମିରେ ଭାରତ, ଟୋକିଓରେ ଇତିହାସ ରଚିଲା ଭାରତୀୟ ମହିଳା ଓ ପୁରୁଷ ଦଳ

ସେମିରେ ଭାରତ ଟୋକିଓରେ ଇତିହାସ ରଚିଲା ଭାରତୀୟ ମହିଳା ଓ ପୁରୁଷ ଦଳ

ସେମିରେ ଭାରତ
ଟୋକିଓରେ ଇତିହାସ ରଚିଲା ଭାରତୀୟ ମହିଳା ଓ ପୁରୁଷ ଦଳ
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨ : ପିଭି ସିନ୍ଧୁ ବ୍ରୋଞ୍ଚ ପଦକ ଜିତି ବିଶ୍ୱ ଦରବାରରେ ଭାରତର ନାମ ଉଚ୍ଚା କରିଥିବା ବେଳେ ଭାରତୀୟ ପୁରୁଷ ହକି ଦଳ ଗ୍ରେଟ୍ ବ୍ରିଟେନକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି । ୧୯୭୨ ମସିହା ପରେ ପ୍ରଥମ ଥର ପାଇଁ ଅଲମ୍ପିକ୍ସ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଦଳ । ଭାରତୀୟ ପୁରୁଷ ହକି ଦଳ ପରେ ଟୋକିଓରେ ଇତିହାସ ରଚିଲା ମହିଳା ଦଳ । ବିଶ୍ୱର ୨ ନମ୍ବର ଟିମ୍ ଅଷ୍ଟ୍ରେଲିଆ ମହିଳା ଦଳକୁ କ୍ୱାର୍ଟର ଫାଇନାଲ ମୁକାବିଲାରେ ମାତ୍ ଦେଇ ସେମି ଫାଇନାଲକୁ ପ୍ରବେଶ କରିଛି ଭାରତୀୟ ମହିଳା ଦଳ ।
ରିଓ ଅଲମ୍ପିକ୍ସରେ ଗୋଟିଏ ବି ମ୍ୟାଚ୍ ଜିତିନଥିବା ଭାରତୀୟ ମହିଳା ଟିମ୍ ୧୨ ନମ୍ବର ସ୍ଥାନରେ ରହିଥିଲା । ହେଲେ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ମହିଳା ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ମାତ୍ ଦେଇ ସେମି ଫାଇନାଲରେ ପ୍ରବେଶ କରି ରଚିଛି ଇତିହାସ । ପୁରୁଷ ହକି ଦଳ ସେମି ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ, ଜର୍ମାନୀ ଓ ବେଲଜିୟମ ପହଞ୍ଚିଥିବା ବେଳେ ଭାରତ ଗତକାଲି ପ୍ରବେଶ କରିଥିଲା । ସେମି ଫାଇନାଲ ମୁକାବିଲାରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମକୁ ଭେଟିବ ।

Leave a Reply

%d bloggers like this: