ଏସ୍‌ସିବିରେ ଟର୍ଚ୍ଚ ଲଗାଇ ଚିକିତ୍ସା

ଏସ୍‌ସିବିରେ ଟର୍ଚ୍ଚ ଲଗାଇ ଚିକିତ୍ସା

ଏସ୍‌ସିବିରେ ଟର୍ଚ୍ଚ ଲଗାଇ ଚିକିତ୍ସା
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨ : ବିଜୁଳି କଟିଯିବାରୁ ବିଶ୍ୱସ୍ତରୀୟ ଏସ୍‌ସିବି ମେଡିକାଲରେ ଚିକିତ୍ସା ସେବା ପ୍ରଭାବିତ ହୋଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଏସ୍‌ସିବିର ଜରୁରୀକାଳୀନ ବିଭାଗ ଟ୍ରମା କେୟାରରେ ଟର୍ଚ୍ଚ ଆଲୁଅରେ ଡାକ୍ତର ରୋଗୀ ଦେଖିଛନ୍ତି । ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ ହେବାପରେ ଘଟଣା ଚର୍ଚ୍ଚାକୁ ଆସିଛି । ତେବେ ଏସ୍‌ସିବି କର୍ତ୍ତୃପକ୍ଷ ଏହାକୁ ଅସ୍ୱୀକାର କରିଛନ୍ତି ।
ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ ଓ ସର୍ଟସର୍କିଟ ଭଳି ସମସ୍ୟା ବି ଏସ୍‌ସିବି ମଥାରୁ ଲିଭିପାରୁନି । ବିଭିନ୍ନ ସମୟରେ ବିଦ୍ୟୁତ୍ ବିଭ୍ରାଟ ନେଇ ଅଭିଯୋଗ ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଅସ୍ୱୀକାର କରୁଛନ୍ତି । ଗତକାଲି ରାତି ପ୍ରାୟ ସାଢ଼େ ୯ ଟା ସମୟରେ ଏସ୍‌ସିବି ଟ୍ରମା କାଜୁଆଲିଟିରେ ୧୫ ମିନିଟ୍ ପାଇଁ ବିଜୁଳି ଯୋଗାଣ ବନ୍ଦ ହୋଇଯାଇଥିଲା । ଏହି ସମୟରେ ସେଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରମାନଙ୍କୁ ଟର୍ଚ୍ଚ ବ୍ୟବହାର କରିବାକୁ ପଡ଼ିଥିଲା ।
ତେବେ ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କୁ ପଚାରିବାରୁ ସେ ଏହାକୁ ଅସ୍ୱୀକାର କରିଛନ୍ତି । ବିଜୁଳି ଗଲେ ବି ଯେପରି କୈାଣସି ଅସୁବିଧା ନ ହେବ ସେଥିପାଇଁ ହସ୍ପିଟାଲରେ ଡିଜି ସେଟ୍ ରହିଛି । ହସ୍ପିଟାଲ୍ କର୍ତ୍ତୃପକ୍ଷ ଏଭଳି ଘଟଣାକୁ ଅସ୍ୱୀକାର କରୁଥବା ବେଳେ ଏଭଳି ଭିଡିଓ କେଉଁଠୁ ଆସିଲା ତାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି ।

Leave a Reply

%d bloggers like this: