ବ୍ରୋଞ୍ଚ ଜିତିଲେ ସିନ୍ଧୁ

ବ୍ରୋଞ୍ଚ ଜିତିଲେ ସିନ୍ଧୁ

ବ୍ରୋଞ୍ଚ ଜିତିଲେ ସିନ୍ଧୁ
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧ : ପୁଣି ଅଲମ୍ପିକ୍ସରେ ପଦକ ଜିତିଛନ୍ତି ଷ୍ଟାର ଶଟଲର୍ ପିଭି ସିନ୍ଧୁ । ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଶଟଲର୍ ପିଭି ସିନ୍ଧୁ ମହିଳା ବ୍ୟାଡ୍‌ମିଟନ୍ ସିଙ୍ଗଲ୍ସ ଇଭେଲ୍ଟରେ ବ୍ରୋଞ୍ଚ ପଦକ ଜିତି ଇତିହାସ ରଚିଛନ୍ତି । ଏଥିସହ ଚଳିତ ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି । ଏହା ପୂର୍ବରୁ ମହିଳା ଭାରୋତ୍ତୋଳନରେ ମୀରୀବାଇ ଚାନୁ ରୈାପ୍ୟ ପଦକ ଜିତିଥିଲେ । କ୍ରମାଗତ ଦ୍ୱିତୀୟ ଅଲମ୍ପିକ୍ସରେ ପଦକ ଜିତିବାରେ ସିନ୍ଧୁ ଦେଶର ପ୍ରଥମ ମହିଳା ହୋଇଛନ୍ତି । ରିଓ ଅଲମ୍ପିକ୍ସରେ ସିନ୍ଧୁ ରୈାପ୍ୟ ପଦକ ଜିତି ଇତିହାସ ରଚିଥିଲେ ।
ରବିବାର ଖେଳାଯାଇଥିବା ବ୍ରୋଞ୍ଚ ପଦକ ମୁକାବିଲାରେ ସିନ୍ଧୁ ଚାଇନାର ହି ବିଙ୍ଗ୍ ଜିଆଓଙ୍କୁ ସିଧସଳଖ ୨୧-୧୩, ୨୧-୧୫ ଗେମରେ ହରାଇ ଏହି ବଡ଼ ସଫଳତା ଅର୍ଜନ କରିଛନ୍ତି । ଏହା ପୂର୍ବରୁ ସିନ୍ଧୁ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଚାଇନିଜ୍ ତାଇପେଇରେ ତାଇ ଜୁ ୟିଙ୍ଗଙ୍କ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ । କିନ୍ତୁ ବ୍ରୋଞ୍ଚ ପଦକ ମୁକାବିଲାରେ ସିନ୍ଧୁ ଦମଦାର ଖେଳ ଦେଖାଇଛନ୍ତି ।

Leave a Reply

%d bloggers like this: