ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ୍ ସୈଫୁଲ୍ଲା ନିପାତ

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ୍ ସୈଫୁଲ୍ଲା ନିପାତ

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ୍ ସୈଫୁଲ୍ଲା ନିପାତ
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧ : ପୁଲୱାମା ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍ ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ଅବୁ ସୈଫୁଲ୍ଲାକୁ ଆଜି ସୁରକ୍ଷାବାହିନୀ କାଶ୍ମୀରର ପୁଲୱାମାରେ ନିପାତ କରିଛି । ସେ ଦକ୍ଷିଣ କାଶ୍ମୀରରେ ଜୈସ୍‌ର ଅପରେସନ କମାଣ୍ଡର ଥିଲା । ପ୍ରାୟ ୪ ଘଣ୍ଟାର ଏନ୍‌କାଉଣ୍ଟରରେ ନିପାତ ହୋଇଥିବା ୨ ଆତଙ୍କବାଦୀଙ୍କ ମଧ୍ୟରେ ସୈଫୁଲ୍ଲା ରହିଥିବା ସ୍ପଷ୍ଟ ହେବାପରେ ଏହା ସୁରକ୍ଷା ବାହିନୀ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି ।
ସୈଫୁଲ୍ଲା ଏହି ଅଞ୍ଚଳରେ ଅଦ୍‌ନାନ, ଇସ୍‌ମାଇଲ୍ ଏବଂ ଲମ୍ବୁ ନାମରେ ମଧ୍ୟ ପରିଚିତ ଥିଲା । ୨୦୧୭ରୁ ଜମ୍ମୁ କାଶ୍ମୀରରେ ସକ୍ରିୟ ରହିଥିବା ସୈଫୁଲ୍ଲା ତ୍ରାଲ ଅଞ୍ଚଳରୁ ଟେରର୍ ନେଟ୍‌ୱାର୍କ ସଞ୍ଚାଳନ କରୁଥିଲା । ଫେବୃଆରୀ ୨୦୧୯ରେ ପୁଲୱାମାରେ ସିଆର୍‌ପିଏଫ୍ ଯବାନଙ୍କ ଉପରେ ଯେଉଁ ବଡ଼ ଆକ୍ରମଣ ହୋଇଥିଲା, ସେଥିପାଇଁ ଆଦିଲ ନାମକ ଜଣେ ଆତଙ୍କବାଦୀକୁ ସୈଫୁଲ୍ଲା ତାଲିମ ଦେଇଥିଲା । ଆଦିଲ ପୁଲୱାମା ଆକ୍ରମଣ ସମୟରେ ଆଇଇଡି ବିସ୍ପୋରଣରେ ନିଜକୁ ଉଡ଼ାଇ ଦେଇଥିଲା । ପୁଲୱାମା ଆକ୍ରମଣ ସମେତ ସୁରକ୍ଷାବାହିନୀ ଉପରେ ଅନେକ ଆକ୍ରମଣ ମାମଲାରେ ସୈଫୁଲ୍ଲାର ସିଧାସଳଖ ସଂପୃକ୍ତି ଥିବା ପୋଲିସ ସୂତ୍ରରୁ ପ୍ରକାଶ । ସୈଫୁଲ୍ଲା ହେଉଛି ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖିଆ ମାସୁଦ ଆଝାରର ପୁତୁରା । ସୈଫୁଲ୍ଲା କାଶ୍ମୀରରେ ଜୈସ୍‌ର ମୁଖ୍ୟ ସଞ୍ଚାଳକ ସାଜିଥିବାବେଳେ ଆଜି ତାକୁ ନିପାତ କରାଯିବା ବଡ଼ ଆଶ୍ୱସ୍ତିର କାରଣ ପାଲଟିଛି ।

Leave a Reply

%d bloggers like this: