ଭୁବନ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟ୍ୟାପିକାଙ୍କ ଡକ୍ଟରେଟ୍ ଲାଭ

ଭୁବନ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟ୍ୟାପିକାଙ୍କ ଡକ୍ଟରେଟ୍ ଲାଭ

ଭୁବନ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟ୍ୟାପିକାଙ୍କ ଡକ୍ଟରେଟ୍ ଲାଭ
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧ : ଢେଙ୍କାନାଳ ଭୁବନ ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟ୍ୟାପିକା ଶ୍ରୀମତୀ ତେଜସ୍ୱିନୀ ବେହେରା ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଲାଭ କରିଛନ୍ତି । ‘ଇକୋ କନସିୟସ୍‌ନେସ୍ ଆଣ୍ଡ୍ ଦ ଫିକ୍‌ସନ୍ ଅଫ ଅନିତା ଦେଶାଇ : ଏ ଷ୍ଟଡି ଥ୍ରୋ ସିଲେକ୍ଟ ନୋବେଲସ୍‌’ ଶୀର୍ଷକ ସନ୍ଦର୍ଭ ଲେଖି ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟ୍ୟାପିକା ଡ. ପ୍ରଜ୍ଞା ପାରମିତା ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ ଏହି ସନ୍ଦର୍ଭଟି ରିଜିଓନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍‌, ଭୋପାଳର ପ୍ରଫେସର ଡ. ନିଧି ତିୱାରୀ ଏବଂ ଇନ୍ଦିରା ଗାନ୍ଧୀ ନେସ୍‌ନାଲ ଓପନ୍ ୟୁନିଭରସିଟି, ଦିଲ୍ଲୀର ସହକାରୀ ପଫ୍ରେସର ଡ. ସିଲିମା ନନ୍ଦଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ।
ଡ. ତେଜସ୍ୱିନୀ ବେହେରା ହେଉଛନ୍ତି ଭୁବନେଶ୍ୱର ନିବାସୀ ଏସ୍‌ବିଆଇର ଅବସରପ୍ରାପ୍ତ କର୍ମଚାରୀ ସ୍ୱର୍ଗତ ଅନନ୍ତ ଚରଣ ବେହେରା ଓ ତାଙ୍କ ପତ୍ନୀ ନିରୂପମା ବେହେରାଙ୍କ ସୁପୁତ୍ରୀ । ସେ ଭୁବନେଶ୍ୱରର ଆଇଆର୍‌ସି ଭିଲେଜ୍‌ରେ ରହୁଥିବା ଯୁବ ବ୍ୟବସାୟୀ ମାନସ ରଞ୍ଜନ ବକ୍ସିଙ୍କ ସହଧର୍ମିଣୀ ଓ ଅବକାରୀ ବିଭାଗର ଅବସରପ୍ରାପ୍ତ ଅଧୀକ୍ଷକ ଜୟନ୍ତ କୁମାର ବକ୍ସି ଏବଂ ସମାଜସେବୀ ଗୀତାଞ୍ଜଳି ବକ୍ସିଙ୍କ ଜ୍ୟେଷ୍ଠ ପୂତ୍ରବଧୂ । ତାଙ୍କର ଏହି କୃତିତ୍ୱ ପାଇଁ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ. କାଳିଦାସ ମିଶ୍ର, ଡ. ପ୍ରଜ୍ଞା ପାରମିତା ପାଣିଗ୍ରାହୀ, ପୁତ୍ର ଶିବାଂଶ, ପିତା, ମାତା, ସ୍ୱାମୀ ଓ ବନ୍ଧୁ ପରିଜନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

%d bloggers like this: